Latest Odisha News

BREAKING NEWS

ପକ୍ଷାଘାତରେ ପୀଡିତ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପୁରୀ: ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରେ ବଂଚି ରହିବାକୁ ଜଣେ ୬ ବର୍ଷୀୟ ଶିଶୁ ସଂଘର୍ଷ କରୁଛି । ପୁରୀ ଜିଲ୍ଲା ଗାରୋଡିତୋଟା ଗାଁର ଗାଲେଖ ବିଶ୍ୱାଳଙ୍କ ଶିଶୁପୁତ୍ର ଆଶିଷ ପକ୍ଷାଘାତରେ ପୀଡିତ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଆଶିଷକୁ ରୋଗମୁକ୍ତ କରାଇବାରେ ତାଙ୍କ ପରିବାର ସକ୍ଷମ ହୋଇପାରୁନାହାଁନ୍ତି ।

ଜନ୍ମର କିଛି ମାସ ପରେ ବି ୬ ବର୍ଷୀୟ ଆଶିଷ ସ୍ୱଭାବିକ ଭାବେ କନ୍ଦାକଟା କରିନଥିଲା । ଏଥିପାଇଁ ତାଙ୍କ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲର ଦ୍ୱାରସ୍ତ ହୋଇଥିଲେ । ଶିଶୁଟିକୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା । ହେଲେ ଭୁଲବଶତଃ ଶିଶୁଟିର ମୁଣ୍ଡରେ ଥିବା ଏକ ଶିର ଆଘାତପ୍ରାପ୍ତ ହୋଇଥିଲା ।

ସେବେଠୁ ଆଜି ପର୍ଯ୍ୟନ୍ତ ପଙ୍ଗୁର ଆଖ୍ୟା ମୁଣ୍ଡାଇଛି ନୀରିହ ନିଷ୍ପାପ ଆଶିଷ । ପୁନର୍ବାର ଚିକିତ୍ସା ପାଇଁ ଆଶିଷଙ୍କୁ ତାଙ୍କ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠିକାର ଡାକ୍ତରଙ୍କ ଅନୁଯାୟୀ ଅସ୍ତ୍ରୋପଚାର ମାଧ୍ୟମରେ ଆଶିଷକୁ ଠିକ୍ କରାଯାଇପାରିବ । ହେଲେ ସେଥିପାଇଁ ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ଜଣେ ଦିନ ମଜୁରିଆ ଭାବେ ୨୦ ଲକ୍ଷ ଟଙ୍କା ଭଳି ମୋଟା ଅଙ୍କର ଅର୍ଥ ଯୋଗାଡ କରିବା ଗାଲେଖଙ୍କ ପକ୍ଷରେ ସମ୍ଭବ ନୁହେଁ । ରହିବାକୁ ଖଣ୍ଡେ ଘର ନଥିବା ଆଶିଷଙ୍କ ପରିବାର ଲୋକେ ସହାୟତା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି । ଅନ୍ୟପଟେ ଆଶିଷଙ୍କ ବିଷୟରେ ଜାଣିବା ପରେ ସରକାରୀ ସ୍ତରରେ ଯଥାସମ୍ଭବ ସହାୟତା ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.