Latest Odisha News

BREAKING NEWS

ପୋଲିସ ୱାଚ ଟାୱାର ଉପରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ୩ ବିଦେଶୀ ପର୍ଯ୍ୟଟକ !

ପୁରୀ: ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ଦ୍ୱାରରେ ପୋଲିସଙ୍କ ପାଇଁ ଉଦିଷ୍ଟ ଥିବା ଏକ ୱାଚ ଟାୱାରରେ ଚଢି ୩ ଜଣ ବିଦେଶୀ ପର୍ଯ୍ୟଟକ ଫଟୋ ଉଠାଉଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୩ ବିଦେଶୀ ପର୍ଯ୍ୟଟକ ୱାଚ ଟାୱାର ଉପରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠ ସମେତ ଫଟୋ ଉଠାଇବା ନିମନ୍ତେ ବାରଣ କରାଯାଇଥିବା ଅନ୍ୟକିଛି ସ୍ଥାନର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲା ହେବାରେ ଲାଗିଛି ।

ଏହି ଘଟଣା ପୁନଃ ଶ୍ରୀମନ୍ଦିରର ସୁରକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସେ ସମୟରେ କୌଣସି ପୋଲିସ ଅଧିକାରୀ ଉକ୍ତ ୱାଚ ଟାୱାର ନିକଟରେ ଉପସ୍ଥିତ ନଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.