Latest Odisha News

BREAKING NEWS

ନିଜ ନାବାଳିକା ଭଉଣୀକୁ ବଳି ଚଢାଇଲା ଭାଇ !

ବଲାଙ୍ଗୀର: ଅନ୍ଧବିଶ୍ୱାସକୁ ନେଇ ପୁଣି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ସାଲେବରାତ୍ର ଗ୍ରାମରେ ।

ସୂର୍ଯ୍ୟପରାଗ ଦିନ( ଡିସେମ୍ବର ୨୬ ) ଉକ୍ତ ଅଞ୍ଚଳର ଜଣେ ନାବାଳିକାକୁ ତାର ନିଜ ବଡ଼ ଭାଇ ବଳି ଚଢାଇ ଦେଇଥିବା ଅଭିଯୋଗ ହୋଇଛି ।

ମୃତ ନାବାଳିକାର ନାମ ଜନନୀ ରଣା ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ଜନନୀ ନିଖୋଜ ହୋଇଯାଇଥିଲେ । ଏହାପରେ ଜନନୀଙ୍କ ବାପା ବଳି ପାଇଁ ନିଜ ନାବାଳିକା ଭଉଣୀକୁ ତାଙ୍କ ପୁଅ ଶୋଭନ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଶୋଭନଙ୍କୁ ଅଟକ ରଖି ପଚରାଉଚରା କରିଛି ।

ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ, ସୂର୍ଯ୍ୟପରାଗ ଦିନ ସକାଳ ପାଖାପାଖି ୮ ଟା ସମୟରେ ଶୋଭନ ଖରିଆର ଅଭିମୁଖେ ଯାଉଥିଲେ। ତେଣୁ ଭଉଣୀ ଜନନୀକୁ ନଈ ପାଖରେ ଛାଡ଼ିଦେବାକୁ କହି ନିଜ ସାଇକେଲରେ ବସାଇ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ଜନନୀ ଆଉ ଘରକୁ ଫେରି ନାହାନ୍ତି ।

ଗତବର୍ଷ ନିଜ ୯ ବର୍ଷର ଦାଦା ପୁଅକୁ ବଳି ପକାଇଥିବା ଅଭିଯୋଗରେ ଗିରଫ ହୋଇ ଜାମିନରେ ବାହାରକୁ ଆସିଥିବା ସୂତ୍ରରୁ ପ୍ରକାଶ ।

ତେବେ ଶୋଭନକୁ ଗିରଫ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ପୋଲିସ ଷ୍ଟେସନ ଗବେରୁ କରିଛନ୍ତି ।

Leave A Reply

Your email address will not be published.