Latest Odisha News

BREAKING NEWS

ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଯାଞ୍ଚ ପାଇଁ ପଠା ଯାଇଛି ।

ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ୍ ଥିବା ଜଣାପଡ଼ିଛି । ଘଣ୍ଟାରୁ ଧର୍ମେନ୍ଦ୍ର କାହାକୁ ମେସେଜ୍ କରିଛନ୍ତି ନା ନାହିଁ ଜାଣିବାକୁ ଯାଞ୍ଚ କରିବ ପୋଲିସ । ଅନ୍ୟପଟେ ଗତକାଲି ପୋଲିସ ମୃତ ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କ ସହ ରୋଷେୟାଙ୍କୁ ପଚରାଉଚରା କରିଥିଲା । ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।

ଗତ ଶନିବାର ସକାଳେ ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ତାଙ୍କ ଶିଶୁପାଳଗଡ଼ ସ୍ଥିତ ବାସଭବନ ସାମ୍ନାରୁ ଉଦ୍ଧାର ହୋଇଥିଲା । ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଫୋନ୍ ୨ଟିରେ ଭିଡିଓ ଅଛି । ଲୋକ ଲୋଚନକୁ ଆଣିବେ । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ଫୋନ୍ ୨ଟି ଘର ନିକଟ ଏକ ପ୍ଲଟରୁ ମିଳିଥିବା ବେଳେ ଫରେନସିକ୍ ଯାଞ୍ଚ ପାଇଁ ପଠାଇଥିଲା ।

Leave A Reply

Your email address will not be published.