Latest Odisha News

BREAKING NEWS

ଶ୍ମସାନରୁ ମିଳିଲା ୨୬୦୦ ବର୍ଷ ପୁରୁଣା ପନିର, ଆଶ୍ଚର୍ଯ୍ୟକର ଦାବି କଲେ ପ୍ରତ୍ନତତ୍ତ୍ୱବିତ୍

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତ୍ନତତ୍ତ୍ୱବିତ୍ ଦୁନିଆର ପ୍ରତ୍ୟେକ କୋଣରୁ ଲୁଚି ରହିଥିବା ଐତିହାସିକ ତଥ୍ୟ କିମ୍ବା ଅନେକ ବସ୍ତୁର ସନ୍ଧାନ ଜାରି ରଖିଛନ୍ତି। ବେଳେ ବେଳେ ଏପରି ତଥ୍ୟ ଆବିଷ୍କାର କରନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ଇଜିପ୍ଟର ପ୍ରାଚୀନ ସହର ମିଶରରେ ଥିବା ଏକ ଶ୍ମଶାନରୁ ପ୍ରତ୍ନତତ୍ତ୍ୱବିତମାନେ ଏପରି ଜିନିଷ ଖୋଜି ପାଇଛନ୍ତି, ଯାହା ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ପ୍ରତ୍ନତତ୍ତ୍ୱବିତ୍ ଏହି ଶ୍ମସାନରୁ ୨୬୦୦ ବର୍ଷ ପୁରୁଣା ପନିର ଆବିଷ୍କାର କରିଛନ୍ତି। ପନିର ଆମର ଏକ ପ୍ରିୟ ଖାଦ୍ୟ। ଯାହାକୁ ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ଫ୍ରିଜରେ ସୁରକ୍ଷିତ ରଖିଥାଉ ଏବଂ ରୋଷେଇ କରି ଖାଉ। ସେହି ପନିରକୁ ପ୍ରତ୍ନତତ୍ତ୍ୱବିତମାନେ ଉକ୍ତ ପ୍ରାଚୀନ ସହରର ଶ୍ମଶାନରୁ ଆବିଷ୍କାର କରିଛନ୍ତି।ପ୍ରତ୍ନତତ୍ତ୍ୱବିତଙ୍କୁ ମିଶର ନେକ୍ରୋପୋଲିସରେ ଥିବା ଏକ ମାଟି ପାତ୍ର ଭିତରେ ଏହି ପ୍ରାଚୀନ ପନିର ଖଣ୍ଡକୁ ପାଇଛନ୍ତି। ମିଶରର ପର୍ଯ୍ୟଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅନୁସନ୍ଧାନକାରୀମାନେ ଏହି ସ୍ଥାନରେ ମାଟି ଖନନ କରୁଥିବା ବେଳେ ଏକ ମାଟି ପାତ୍ର ପାଇଥିଲେ। ସେଥିରେ ପନିରକୁ ଚିହ୍ନଟ କରିଥିଲେ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଖ୍ରୀଷ୍ଟପୂର୍ବ ୬୮୮ ରୁ ୫୨୫ ମଧ୍ୟରେ ଏହି ପନିର ୨୬ କିମ୍ବା ୨୭ ତମ ମିଶରର ରାଜବଂଶର ଅଟେ। ଅର୍ଥାତ୍ ଆମେ ଅନୁମାନ କରିପାରିବା ଯେ ସେହି ସମୟରେ ମିଶରରେ ଥିବା ରାଜା, ମହାରାଜାମାନେ ଖାଦ୍ୟକୁ ବହୁତ ଦିନ ସତେଜ ରଖିବା ପାଇଁ ମାଟି ତଳେ ପନିପରିବା କିମ୍ବା ଖାଦ୍ୟକୁ ଗୁଚ୍ଛିତ କରି ରଖୁଥିଲେ। ଏହି ଆବିଷ୍କାର ସହିତ ପ୍ରତ୍ନତତ୍ତ୍ୱବିତ୍ମାନେ ଡେମୋଟିକ୍ ଲିପି ସହିତ ଅନେକ କଳାକୃତି ଆବିଷ୍କାର କରିଛନ୍ତି। ଯେଉଁଥିରେ ପ୍ରାଚୀନ ମିଶରର ବର୍ଣ୍ଣମାଳା କିମ୍ବା ଅକ୍ଷର ରୋସେଟ୍ଟା ପଥରରେ ଲେଖାଯାଇଥିଲା। କୁହାଯାଉଛି ଯେ ଏହି ସମୟରେ ଅନ୍ୟାନ୍ୟ ଜାହାଜଗୁଡ଼ିକ ମଧ୍ୟ ଆବିଷ୍କୃତ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେଗୁଡ଼ିକ ଲୋକଲୋଚନକୁ ଅଣାଯାଇ ନାହିଁ।

Leave A Reply

Your email address will not be published.