Latest Odisha News

BREAKING NEWS

ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍‌ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍‌ ଟିମ୍‌ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି ଅପମିଶ୍ରିତ ପେଟ୍ରୋଲ ନେଇ ଗ୍ରାହକଙ୍କ ଅଭିଯୋଗ ପରେ ପମ୍ପରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପୋଲିସ ପେଟ୍ରୋଲ ପମ୍ପକୁ ସିଲ୍ କରିଥିଲା ।

ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କିଛି ଲୋକ ଟାଙ୍କିରେ ପେଟ୍ରୋଲ ପକାଇ ଥିଲେ । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀସାଗରର ୨ଟି ବାଇକ୍‌ରେ ୬୭୦ ଟଙ୍କାର ତେଲ ପକାଇଥିବା ବେଳେ  ଖଣ୍ଡଗିରି ଅଞ୍ଚଳର ଜଣେ ୨୫୦ଟଙ୍କା ଓ ଘାଟିକିଆର ଜଣେ ୨୦୦ ଟଙ୍କାର ତେଲ ପକାଇଥିଲେ । ଏହି ତିନି ଗ୍ରାହକ ପେଟ୍ରୋଲ ପକାଇ କିଛି ବାଟ ଗଲାପରେ ଗାଡ଼ି ଆଉ ଗଡିନଥିଲା । ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା । ନିକଟରେ ଥିବା ଗ୍ୟାରେଜରେ ଦେଖାଇବା ପରେ ପେଟ୍ରୋଲରେ ପାଣି ମିଶିଥିବା ଜଣାପଡିଥିଲା ।

ସେହି ସମୟରେ ୫୦ରୁ ଅଧିକ ଲୋକ ଏହି ଟାଙ୍କିରୁ ପେଟ୍ରୋଲ ଭରି ଯାଇଥିଲେ । ହେଲେ ସମସ୍ତଙ୍କର ସମାନ ଅଭିଯୋଗ ଥିଲା ଯେ ଗାଡ଼ି ତେଲ ପକାଇବା ପରେ ଆଉ ଷ୍ଟାର୍ଟ ହୋଇନଥିଲା । ଏନେଇ ସବୁ ଗ୍ରାହକ ଏକାଠି ହୋଇଥିଲେ । ପେଟ୍ରୋଲ ପମ୍ପରେ ପଚାରିବାରୁ ଉପରେ ଅଭିଯୋଗ କର ଆମେ କିଛି ଜାଣିନାହୁଁ ବୋଲି ଉତ୍ତର ମିଳିଥିଲା । ଏଥିରେ ଗ୍ରାହକ ମାନେ ଉତ୍ତେଜିତ ହୋଇଥିଲେ ।  ଏନେଇ କିଛି ଗ୍ରାହକ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।

ତେଲ ଦର ମହଙ୍ଗା ବେଳେ ଏହା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ବୋଲି କହିଥିଲେ । ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । 

Leave A Reply

Your email address will not be published.