Latest Odisha News

BREAKING NEWS

ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆଙ୍କ ଚେତାବନୀ, ୬-୮ ସପ୍ତାହ ଭିତରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ସେକେଣ୍ଡ ଓ୍ୱେଭ ସରିନି । ଏହାରି ଭିତରେ ତୃତୀୟ ଲହର ନେଇ ଆଭାସ ମିଳିଲାନି । ଥାର୍ଡ ୱେଭ ଆସିବା ନିଶ୍ଚିତ।ଆଗାମୀ ୬-୮ ସପ୍ତାହ ଭିତରେ ଭାରତରେ କରୋନାର ତୃତୀୟ ଲହର ଆସିପାରେ । ଅର୍ଥାତ ଅଗଷ୍ଟ କିମ୍ବା ସେପ୍ଟେମ୍ୱର ବେଳକୁ ଆସିପାରେ । ଏଭଳି ଚେତେଇ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି, ବିଭିନ୍ନ ରାଜ୍ୟ କୋଭିଡ୍ କଟକଣା କୋହଳ କରିଛନ୍ତି । ଫଳରେ ଗହଳି ବଢୁଛି । ଲୋକ କୋଭିଡ୍ ଗାଇଡଲାଇନ୍ ମାନୁ ନାହାନ୍ତି । ଉଲ୍ଲଂଘନ କଲେ ଓ ଅମାନିଆ ହେଲେ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ । ଏମିତି ହେଲେ ୬-୮ ସପ୍ତାହ ଭତିରେେ ଥାର୍ଡ ଓ୍ୱେଭ ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଡାକ୍ତର ଗୁଲେରିଆ ।

କେହି କେହି ଅକ୍ଟୋବର ସୁଦ୍ଧା ଥାର୍ଡ ଓ୍ୱେଭ ନେଇ ଆକଳନ କରୁଛନ୍ତି । ତେବେ ଦ୍ୱିତୀୟ ଲହର ଅପେକ୍ଷା ଥାର୍ଡ ଓ୍ୱେଭକୁ ଭଳ ଭାବରେ ମୁକାବିଲା କରାଯାଇ ପାରିବ । ତଥାପି ଆହୁରି ବର୍ଷେ ମହାମାରୀ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଓ ଆହ୍ୱାସ ସୃଷ୍ଟି କରିବ ।

ଗତ ୩ ତାରିଖରୁ ୧୭ ତାରିଖ ଭିତରେ ଦେଶରେ ବର୍ତ୍ତମାନ କୋଭିଡ୍ ସ୍ଥିତି ସମୀକ୍ଷା ପରେ ଏଭଳି ତଥ୍ୟ ସାମନାକୁ ଆସିଛି । ସର୍ଭେରେ ସାମିଲ ହୋଇଥିଲେ ବିଶ୍ୱର ୪୦ ଜଣ ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଶେଷଜ୍ଞ, ସଂକ୍ରାମକ ରୋଗ ବିଶେଷଜ୍ଞ ଓ ପ୍ରଧ୍ୟାପକ ।

ତେବେ ଦେଶରେ ଚାଲିଥିବା ଦ୍ରୁତ ଟିକାକରଣ ତୃତୀୟ ଲହରକୁ କିଛି ମାତ୍ରାରେ ପ୍ରତିରୋଧ କରିପାରିବ । ତେବେ ଥାର୍ଡ ଓ୍ୱଭେରେ ଶିଶୁ ଓ ୧୮ ବର୍ଷରୁ କମ୍ ପିଲା ସଂକ୍ରମିତ ହେବା ବେଶୀ ଆଶଙ୍କା କରୁଛନ୍ତି ବିଶେଷଜ୍ଞ । କାରଣ ସେମାନଙ୍କ ପାଇଁ ଏଯାଏ ଟିକା ଉପଲବ୍ଧ ହୋଇ ନାହିଁ ।

ସେପଟେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି କେନ୍ଦ୍ର ସରକାର । ଅଧିକରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜଡ଼ା ଯାଉଛି । ଡାକ୍ତରଖାନାରେ ଔଷଧ ମହଜୁଦ ରଖିବା ସହ ପର୍ୟ୍ୟାପ୍ତ ବେଡ୍ ଓ ଅକ୍ସିଜେନ୍ ବ୍ୟାବସ୍ଥା କରାଯାଉଛି । ସେହିପରି ବିଭିନ୍ନ ରାଜ୍ୟ ସରକାର ବି ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି ।

Leave A Reply

Your email address will not be published.