Latest Odisha News

BREAKING NEWS

ଓଡ଼ିଶା ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । କିଛି ସମୟ ପୂର୍ବରୁ ମର ଶରୀର ବାଲେଶ୍ୱରରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅପରାହ୍ଣରେ ମୃତଦେହ କଟକରେ ପହଞ୍ଚିବ । ମିଳିଥିବା ସୂଚନା ଅନୁସାରେ କଟକରେ ଦେବାଶିଷ ପାଣିଗ୍ରାହୀଙ୍କ ଅନ୍ତିମ ସଂସ୍କାର କରାଯିବ ।

କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଥିଲେ ଦେବାଶିଷ ପାଣିଗ୍ରାହୀ । ଇକମୋ ଚିକିତ୍ସା ପାଇଁ ତାଙ୍କୁ ନିକଟରେ କଟକର ଏକ ଘରୋଇ ହସ୍ପିଟାଲରୁ କୋଲକାତା ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ଜୀବନ ବଞ୍ଚି ପାରିଲା ନାହିଁ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କୋଲକାତାରେ ରାତି ୧୦ଟା ୧୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା । ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଥିଲେ । ପୋଲିସ ବିଭାବଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ୟ୍ୟ ସମ୍ପାଦନ କରିଛନ୍ତି । ସେ ଜଣେ ଭଲ ଲେଖକ ବି ଥିଲେ । ତାଙ୍କ ବିୟୋଗ ରାଜ୍ୟ ପୋଲିସ ବିଭାଗ ପାଇଁ ଏକ ବଡ଼ କ୍ଷତି ।

Leave A Reply

Your email address will not be published.