Latest Odisha News

BREAKING NEWS

ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି; ଓଡ଼ିଶାରେ ସର୍ବାଧିକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଯେଉଁଭଳି ଭାବେ ଜନସଂଖ୍ୟା ବୃଦ୍ଧି ପାଉଛି ଜନବସତି ନେଇ ବହୁ ପରିମାଣର ଜଙ୍ଗଲ ନଷ୍ଟ କରାଯାଉଛି । ଏହା ସହ ଶିଳ୍ପାଞ୍ଚଳ ଓ ଚାଷ ପାଇଁ ମଧ୍ୟ ବହୁ ମାତ୍ରାରେ ଗଛ ଗୁଡିକ କାଟି ଦିଆଯାଉଛି । ଫଳରେ ଏହାର ସିଧା ସଳଖ ପ୍ରଭାବ ମୌସୁମୀ ପରିବର୍ତ୍ତନ, ପ୍ରଦୂଷଣ ବୃଦ୍ଧି ଓ ବନ୍ୟପ୍ରାଣୀମାନେ ଭୋଗୁଛନ୍ତି । ହେଲେ ଏହା ଭିତରେ ଏକ ଆଶ୍ବସ୍ତି ଖବର ମାଧ୍ୟ ସାମ୍ନାକୁ ଆସିଛି ।

ଭାରତର ଜଙ୍ଗଲ ସ୍ଥିତି ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ବୃଦ୍ଧି ପାଇଛି । ୨୦୨୧ ପରେ ଜଙ୍ଗଲ ଜମି ପରିମାଣ ୧,୪୪୫ ବର୍ଗ କିଲୋମିଟର ବଢ଼ିଥିବା ଏହି ସଦ୍ୟ ତଥ୍ୟରୁ ଜଣାପଡ଼ିଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି ।

୨୦୨୩ରେ ଦେଶର ମୋଟ ଜଙ୍ଗଲ ପରିମାଣ ୭ ଲକ୍ଷ ୧୫, ହଜାର ୩୪୩ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି, ଯାହାକି ମୋଟ ଭୌଗୋଳିକ ଅଞ୍ଚଳର ୨୧.୭୬ ପ୍ରତିଶତ ଅଟେ । ବୃକ୍ଷଲତା ପରିପୂର୍ଣ୍ଣ ଅଞ୍ଚଳ ୧,୨୮୯ ବର୍ଗ କିଲୋମିଟର ବୃଦ୍ଧି ପାଇଛି, ଯାହା ମୋଟ ଭୌଗୋଳିକ ଅଞ୍ଚଳର ୩.୪୧ ପ୍ରତିଶତ । ଅର୍ଥାତ୍‌ ମୋଟ ଜଙ୍ଗଲ ଏବଂ ଗଛଲତା ପରିପୂର୍ଣ୍ଣ ଅଞ୍ଚଳ ମିଶି ୮ ଲକ୍ଷ ୨୭, ହଜାର ୩୫୭ ବର୍ଗ କିଲୋମିଟର ହୋଇଛି, ଯାହାକି ଭାରତର ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତ ଅଟେ ।

ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଆଚ୍ଛାଦିତ ଅଞ୍ଚଳରେ ମଧ୍ୟପ୍ରଦେଶ କ୍ରମାଗତ ଭାବେ ଶୀର୍ଷରେ ରହିଆସିଥିବାବେଳେ, ଏହା ପଛକୁ ଅରୁଣାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ରହିଛି । ସେହିପରି ଛତିଶଗଡ଼, ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ରାଜସ୍ଥାନରେ ଜଙ୍ଗଲ ଓ ବୃକ୍ଷଲତା ଆବୃତ୍ତ ଅଞ୍ଚଳ ପରିମାଣ ସର୍ବାଧିକ ବୃଦ୍ଧି ପାଇଛି ।

ସେହିପରି ଓଡ଼ିଶା, ମିଜୋରାମ ଓ ଗୁଜରାଟରେ ନିର୍ଦ୍ଦିଷ୍ଟ ଭାବେ ଜଙ୍ଗଲ ଅଞ୍ଚଳ ବଢ଼ିଥିବା ସର୍ଭେରୁ ଜଣାପଡ଼ିଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ମିଜୋରାମରେ ଜଙ୍ଗଲ ଅଞ୍ଚଳ ୨୪୨ ବର୍ଗକିଲୋମିଟର ବୃଦ୍ଧି ପାଇଥିବା ରିପୋର୍ଟ ରୁ ଜଣାପଡିଛି ।

Leave A Reply

Your email address will not be published.