ନବରଙ୍ଗପୁର: ଏକ କଲରାପତରିଆ ବାଘଛାଲକୁ ନେଇ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଏହି ମାମଲାରେ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ ଚାଲିଥିଲା ଏହି ଡିଲ୍ ।
ସୂଚନା ଅନୁସାରେ, ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ହୋଇଥିବା ବେଳେ ଜଣେ କ୍ରେତା ରହିଛନ୍ତି । ବାଘ ଛାଲକୁ ପାଞ୍ଚ ଲକ୍ଷ ଟଙ୍କାରେ ଡିଲ କରାଯାଇଥିଲା । ତେବେ ଉକ୍ତ ବାଘ ଛାଲ କେଉଁଠୁ ଆସିଲା ଏବଂ ଏହାର ବୟସ କେତେ କିଛି ସ୍ପଷ୍ଟ କରାଯାଇନାହିଁ । ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ହୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ଏକ ଘଟଣାର କିଙ୍ଗପିନ୍ ନିକଟରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛି ।