ଢେଙ୍କାନାଳ: ବନ୍ୟଜନ୍ତୁଙ୍କୁ ଶାକାର କରି ନେଇଯାଉଥିବା ବେଳେ ଶିକାରୀଙ୍କୁ ମାଡିବସିଲା ବନବିଭାଗ। ୧୦ କେଜି ବାରହା ମାଂସ, ମଲା ଗୋଧି ଓ ସ୍କର୍ପିଓ ଗାଡି ସହ ପାଞ୍ଚ ଜଣଙ୍କୁ ଅଟକ ରଖିଛି ବନବିଭାଗ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁ, କଙ୍କଡାହାଡ଼ ରାସ୍ତାରେ ଧରାପଡିଲେ ଏହି ଶିକାରୀ। ତେବେ ଅଟକ ପାଞ୍ଚଜଣ କେନ୍ଦୁଝର ଜିଲ୍ଲା ତେଲକୋଈ ଥାନା ପୁରୁଯୋଡ଼ା ଗାଁର ବନ୍ୟଜନ୍ତୁ ଶିକାରୀ ହୋଇଥିବା ଜାଣିବାକୁ ପାଇଥିଲେ ।
ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ସ୍କର୍ପିଓ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ ବନବିଭାଗ କର୍ମଚାରୀ। ଗାଡ଼ିକୁ ଦେଖି ସନ୍ଦେହ ହେବାରୁ ବନବିଭାଗ କର୍ମଚାରୀ ସେଠାରେ ଅଟକି ଗାଡିର ଖାନତଲାସୀ କରୁଥିବା ବେଳେ ସେଥିରୁ ବାରହା ମାଂସ, ଗୋଟିଏ ମଲାଗୋଧି ଥିବାର ଦେଖିବାକୁ ପାଇଥିଲେ।
ଗାଡିରେ ଥିବା ପାଞ୍ଚଜଣ ବନକର୍ମଚାରୀଙ୍କୁ ଦେଖି ସେଠାରୁ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ବନକର୍ମଚାରୀ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ସେମାନଙ୍କୁ ଅଟକ ରଖି ତଦନ୍ତ କରାଯାଇଛି। ସମସ୍ତ ଶିକାରୀ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ରେଞ୍ଜର କୈଳାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।
Comments are closed.