Latest Odisha News

ବେଆଇନ ବାଘ ଛାଲ ବିକ୍ରି ବେଳେ ବନ ବିଭାଗର ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ। ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ କରିଛି ବନବିଭାଗ। ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ଏବଂ ୪ ଗୋଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ.।

ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଗ୍ରାହକ ସହ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ବିଭାଗ ଚଢାଉ କରିଥିଲା। ଚଢାଉରେ ବାଘ ଛାଲ ଜବତ କରିଥିବା ବେଳେ ବାଘକୁ ମାରି ବିକ୍ରି କାରବାରରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସେହିପରି ଚଢାଉ ସ୍ଥଳରୁ ଦୁଇଟି ବାଇକ୍, ୪ ଗୋଟି ମୋବାଇଲ ଫୋନ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରହିଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି । ଏହି ଚଢାଉରେ ଖଡ଼ିଆଳ ରେଞ୍ଜର ସଂସ୍କୃତି ବଡ଼ନାଏକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ମିତାରଣି ସାହୁ, ନରେଶେ ଦଣ୍ଡସେନା ସହ ବହୁ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.