ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗ । ଘଟଣାରେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ବନବିଭାଗ । ଘଟଣାସ୍ଥଳରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି ।
ଘଟଣାରେ ଅଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହରେ ଛାନଭିନ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅଟକ ଥିବା ଦୁଇ ଜଣ ଅଭିଯୁକ୍ତ କୁଳିଅଣା ଅଞ୍ଚଳର ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ କେବଳ କଳାବାଘ ଦେଖାଯାଇଥାନ୍ତି । ହେଲେ ଏବେ ଏହି କଳାବାଘଙ୍କ ଜୀବନ ବିପଦରେ । ଏଥିରେ ଏକ ବଡ଼ ବାଘଛାଲ ରାକେଟ୍ କାମ କରୁଥିବା ସନ୍ଦେହରେ ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।