Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟ ଅଫିସର

ଭୁବନେଶ୍ୱର: ଘରେ ରଖିଥିଲେ ପୁଳା ପୁଳା ସମ୍ପତ୍ତି । ମାଡ଼ି ବସିଲା ଭିଜିଲାନ୍ସ  । ଭିଜିଲାନ୍ସ ଜାଲରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର,  ବଲାଙ୍ଗିର ଓ ସୁନ୍ଦରଗଡ଼ର  ୫ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ ।

ସମ୍ବଲପୁର ବୁର୍ଲାରେ ଥିବା ସଂଗ୍ରାମ ମଣିହିରାଙ୍କ ତିନି ମହଲା ଘର, ବଲାଙ୍ଗିର ଚନ୍ଦନଭାଟିସ୍ଥିତ ପୌତୃକ ଘର,  ବଲାଙ୍ଗିର ନେହରୁ ନଗରର ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏଥି ସହ ସୁନ୍ଦରଗଡ ସ୍ଥିତ ମାଣିକହିରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ସରକାର କ୍ୱର୍ଟରରେ  ମଧ୍ୟ ଚଢାଉ କରାଯାଇଛି ।

ଚଢ଼ାଉ ବେଳେ ନିଜ ସୁନ୍ଦରଗଡ଼ସ୍ଥିତ ଘରେ ଉପସ୍ଥିତ ଥିବା ରେଞ୍ଜର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ଯାଞ୍ଚ ଚାଲିଥିବାରୁ କ’ଣ ସମ୍ପତ୍ତି ରହିଛି ତାର ସବିଶେଷ ବିବରଣୀ ସାମ୍ନାକୁ ଆସିନାହିଁ

ଚଢ଼ାଉରେ ୫ ଡିଏସ୍‌ପି, ୮ ଇନ୍ସପେକ୍ଟର , ୨ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେ ନେଇ ସଠିକ ଭାବେ କିଛି ଜଣାପଡ଼ିନି।

Leave A Reply

Your email address will not be published.