Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର

ଫୁଲବାଣୀ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସର ୪ଜଣ ଡିଏସପି, ୭ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।

କେ. ନୂଆଗାଁରେ ଥିବା ସରକାରୀ କ୍ୱାର୍ଟର୍ସ, ସରକାରୀ କାର୍ୟ୍ୟାଳୟ, ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ଘରେ ରେଡ୍ ଚାଲିଛି । ସେହିପରି ଭଞ୍ଜନଗର ଦାଦରଲୁଣ୍ଡାରେ ବୈରାଗୀ ଚରଣ ବେହେରାଙ୍କର ଗୋଟିଏ ଫାର୍ମ ହାଉସ୍ ଅଛି । ବୌଦ୍ଧ ଜିଲ୍ଲା ବୁଟୁପାଲ୍ଲିରେ ଥିବା ବାସଗୃହ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁରରେ ଦୁଇ ଜଣ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ ଚଳାଇଛି ଭିଜିଲାନ୍ସ ଟିମ୍ ।

Comments are closed, but trackbacks and pingbacks are open.