Latest Odisha News

BREAKING NEWS

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ ।

ସଂକ୍ରମଣ କମୁଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଛି । ଏବେ ଦୈନିକ ହଜାରେରୁ ଅଧିକ ଜୀବନ ନେଇଛି ପ୍ରାଣଘାତୀ କରୋନା । ୨୪ ଘଣ୍ଟାରେ ଆଉ ୧୨ଶହ ୪୧ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଖ୍ୟା ୫ଲକ୍ଷ ୬ହଜାର ୫୨୦କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛି ୧ଲକ୍ଷ ୬୭ହଜାର ୮୮୨ ଆକ୍ରାନ୍ତ । ଏବେ ଦେଶରେ ୭ଲକ୍ଷ ୯୦ହଜାର ୭୮୯ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ରାନ୍ତଙ୍କର ୧.୮୬ ପ୍ରତିଶତ । ଦେଶରେ ଏବେ ସୁସ୍ଥହାର ରହିଛି ୯୭ ପ୍ରତିଶତ ।

Comments are closed, but trackbacks and pingbacks are open.