Latest Odisha News

BREAKING NEWS

ହାତୀ ଘଉଡ଼ାଇବାକୁ ହଟ୍ଟହଟ୍ଟା ବନ କର୍ମଚାରୀ

ଅନୁଗୁଳ: ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ ରାତିରେ ବନ ବିଭାଗର ୬ ଜଣ କର୍ମଚାରୀ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ । ଏହି ସମୟରେ ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ସେଠାକାର ଲୋକେ ।

ଖବର ମୁତାବକ, ଗତକାଲି ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ହାତୀ‍ପଲ ବୁଲୁ‍ଥିବା ନେଇ ବନ ବିଭାଗକୁ ଖବର ଦେଇଥିଲେ ଅଞ୍ଚଳବାସୀ । ହାତୀ ପଲ ଲୋକଙ୍କ ଘର ଭାଙ୍ଗିବା ସହ ଓ ଫସଲ ଖାଇ ନଷ୍ଟ କରୁଥିଲେ । ଖବର ପାଇବା ସତ୍ତ୍ବେ ବନ ବିଭାଗ ଏ ଦିଗରେ ତତ୍ପରତା ପ୍ରକାଶ କରୁ ନ ଥିବାରୁ ରାଗି ଯାଇଥିଲେ ଲୋକେ । ଆଉ ବନ କର୍ମଚାରୀ ଆସିବା ମାତ୍ରେ ସେମାନଙ୍କୁ ନିର୍ଦ୍ଧୁମ ଛେଚି ଥିଲେ ।

ତେବେ ଲୋକଙ୍କ ମାଡ଼ରେ ୩ ଜଣ ବନ କର୍ମଚାରୀ ଖସି ପଳାଇଥିବାବେଳେ, ଆଉ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଖବର ପାଇ ଅନୁଗୁଳ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ପହଞ୍ଚି ଗୁରୁତର ସୁକାନ୍ତ କୁମାର ସାହୁ ଏବଂ ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.