କେନ୍ଦ୍ରାପଡା: କେନ୍ଦ୍ରାପଡାର ଏକ ଗାଁ ପୋଖରୀରୁ ୮ ଫୁଟ ଲମ୍ବର ଏକ କୁମ୍ଭୀରକୁ ଓଡିଶା ବନ ବିଭାଗ ଅଧିକାରୀମାନେ ଉଦ୍ଧାର କରିଛନ୍ତି। ଏହା ଦ୍ୱାରା କାହାରି କୌଣସି କ୍ଷତି ହୋଇନଥିବା ଅଧିକାରୀମାନେ କହିଛନ୍ତି।
ଏହା ଏକ ଲୁଣି ପାଣି କୁମ୍ଭୀର ଥିଲା। ଯାହା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ମହାକାଳପଡ଼ା ବନାଞ୍ଚଳ ଅନ୍ତର୍ଗତ ଦତ୍ତପୁର ଗ୍ରାମର ଏକ ପୋଖରୀରେ ପଶିଯାଇଥିଲା। ତେବେ
କିଛି ଗ୍ରାମବାସୀ ପୋଖରୀରେ କୁମ୍ଭୀରକୁ ଦେଖି ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପାଞ୍ଚ ଜଣିଆ ବନ କର୍ମଚାରୀଙ୍କ ଏକ ଟିମ୍ ଦତ୍ତପୁର ଗ୍ରାମକୁ ଯାଇ ଚାରି ଘଣ୍ଟାର ପ୍ରଚେଷ୍ଟା ପରେ ତାକୁ ଉଦ୍ଧାର କରିଥିଲେ।
ଏନେଇ ମହାକାଳପଡ଼ା ରେଞ୍ଜ ଅଧିକାରୀ ସାନ୍ତନୁ କୁମାର ଦଳେଇ କହିଛନ୍ତି ଯେ କୁମ୍ଭୀରଟି ନଦୀ ପାର ହୋଇ ପୋଖରୀରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି।
Comments are closed.