Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ୨୦୨୬: ନଭେମ୍ବର ୨୮ ଯାଏଁ ବଢିଲା ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ବାର୍ଷିକ HSC, SOSC (ପ୍ରଥମ) ଏବଂ ମଧ୍ୟମା ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ତରଫରୁ ଗୁରୁବାର ଦିନ ସୂଚନା ଦିଆଯାଇଛି।

ବିଭିନ୍ନ ସ୍କୁଲ ଫର୍ମ ପୂରଣ ପ୍ରକ୍ରିୟା ପାଇଁ ଅଧିକ ସମୟ ପାଇଁ ଅନୁରୋଧ କରିବା ପରେ ବିଏସଇ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ପୂର୍ବରୁ ଫର୍ମ ପୁରଣ ନଭେମ୍ବର ୮ରୁ ଆରମ୍ଭ ହୋଇ ନଭେମ୍ବର ୨୨ ରାତି ୧୧.୪୫ ପର୍ଯ୍ୟନ୍ତ ରହିଥିଲା।

ଛାତ୍ରଛାତ୍ରୀ ଏବଂ ସ୍କୁଲଗୁଡ଼ିକୁ କୌଣସି ଅସୁବିଧାକୁ ଏଡାଇବା ପାଇଁ ବର୍ଦ୍ଧିତ ସମୟ ସୀମା ମଧ୍ୟରେ ଫର୍ମ ପୂରଣ ପ୍ରକ୍ରିୟା ସମାପ୍ତ କରିବାକୁ ବିଏସଇ ତରଫରୁ ସୂଚନା ଦିଆଯାଇଛି।

Comments are closed.