ନୂଆଦିଲ୍ଲୀ: ୟୁଟ୍ୟୁବ ଭିଡିଓ ସେୟାର କରିବା ପାଇଁ ଏବେ ଆପଣଙ୍କୁ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମ୍ ଭଳି ଅନ୍ୟ ଆପ୍ର ଆବଶ୍ୟକତା ରହିବ ନାହିଁ। ଗୁଗୁଲ୍ ଏକ ନୂଆ ଫିଚର ଟେଷ୍ଟ କରୁଛି, ଯାହା ଦ୍ୱାରା ଆପଣ ଯୁଟ୍ୟୁବ୍ରେ ରହି ଅନ୍ୟ ୟୁଜର୍ସଙ୍କୁ ସିଧା ମେସେଜ୍ ପଠାଇ ପାରିବେ। ବର୍ତ୍ତମାନ ୟୁଟ୍ୟୁବ ଭିଡିଓ ସେୟାର କରିବାକୁ ତା’ର ଲିଙ୍କକୁ ଅନ୍ୟ ଆପ୍ରେ ପେଷ୍ଟ କରି ଅନ୍ୟ ୟୁଜରଙ୍କୁ ପଠାଇବାକୁ ପଡ଼ୁଛି, କିନ୍ତୁ ଶୀଘ୍ର ଏହା ବଦଳିଯିବ। ୟୁଟ୍ୟୁବର ଉଦ୍ଦେଶ୍ୟ ହେଉଛି ଲୋକେ ଅଧିକରୁ ଅଧିକ ସମୟ ତା’ର ପ୍ଲାଟଫର୍ମରେ ରହିବେ ଏବଂ ମେସେଜ୍ କରିବା ପାଇଁ ଅନ୍ୟ ପ୍ଲାଟଫର୍ମର ଆବଶ୍ୟକତା ନ ପଡୁ।
ଏଠାରେ ଚାଲିଛି ଟେଷ୍ଟିଂ
ୟୁଟ୍ୟୁବ ସପୋର୍ଟ ପେଜ୍ରେ କମ୍ପାନୀ କହିଛି ଯେ ଏହି ଫିଚରକୁ ଏବେ ଦୁଇଟି ଅଞ୍ଚଳରେ ଟେଷ୍ଟ କରାଯାଉଛି। ଏହା ଏବେ ଆରମ୍ଭ ହୋଇଛି ଏବଂ ପୋଲାଣ୍ଡ ଓ ଆୟରଲ୍ୟାଣ୍ଡରେ କିଛି ୟୁଜର ପାଇଁ ଏହାକୁ ରୋଲଆଉଟ କରାଯାଇଛି। ରିପୋର୍ଟ ଅନୁଯାୟୀ, ଶୀଘ୍ର ଏହି ଟେଷ୍ଟିଙ୍ଗ ବଢ଼ାଇ ଅଧିକ ୟୁଜର୍ସଙ୍କ ପାଇଁ ଏହି ଫିଚର ଟେଷ୍ଟ କରାଯାଇପାରେ। ଯଦିଓ ଏହି ବର୍ଷ ଶେଷ ହେବାକୁ ଏବେ କିଛି ସପ୍ତାହ ବାକି ଅଛି, ତଥାପି ଏହି ଫିଚର ଆସନ୍ତା ବର୍ଷ ସମସ୍ତ ୟୁଜର୍ସଙ୍କ ପାଇଁ ଲଞ୍ଚ ହୋଇପାରେ।
ମେସେଜ୍କୁ ସ୍କାନ୍ କରାଯାଇପାରିବ
ୟୁଟ୍ୟୁବ ଏହି ଫିଚର ବିଷୟରେ ଅଧିକ ତଥ୍ୟ ଦେଇନାହିଁ, କିନ୍ତୁ ଏହାର ପଲିସି ସମ୍ପର୍କରେ କିଛି କଥା ଜଣାପଡ଼ିଛି। ୟୁଟ୍ୟୁବରେ ପଠାଯାଇଥିବା ମେସେଜ୍କୁ ପଲିସି ଗାଇଡଲାଇନ୍ ଅନୁଯାୟୀ ରିଭ୍ୟୁ କରାଯାଇପାରିବ। ପଲିସି ଉଲ୍ଲଙ୍ଘନ କରୁଥିବା ମେସେଜ୍କୁ ବ୍ଲକ୍ କରାଯାଇପାରିବ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.