Latest Odisha News

BREAKING NEWS

Board Exam: ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

କଟକ: ଆସନ୍ତାକାଲି ଠାରୁ ଅର୍ଥାତ୍ ନଭେମ୍ବର ୧୨ ତାରିଖରୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି । ରାତି ୧୧ଟା ୪୫ ପର୍ଯ୍ୟାନ୍ତ ଚାଲିବ ଫର୍ମ ପୂରଣ । ଫର୍ମ ପୂରଣ ପାଇଁ ସମସ୍ତ ତଥ୍ୟ ବୋର୍ଡ ୱେବ ସାଇଟରୁ ଜାଣି ପାରିବେ । ଛାତ୍ରଛାତ୍ରୀ ବିଦ୍ୟାଳୟର ମୁଖ୍ୟଙ୍କ ମାଧ୍ୟମରେ ଅନଲାଇନରେ ଫର୍ମ ପୂରଣ କରିପାରିବେ । www.bseodidha.ac.in ରେ ସମସ୍ତ ତଥ୍ୟ ଉପଲବ୍ଧ ଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କୌଣସି ଅସୁବିଧା କିମ୍ବା ଶେଷ ମୁହୂର୍ତ୍ତର ସମସ୍ୟାକୁ ଏଡାଇବା ପାଇଁ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମୟସୂଚୀ ଏବଂ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.