ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା। ଦୁଇ ପୂର୍ବତନ ବିଧାୟକ ଝାଡୁ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅସୀମ ଅହମ୍ମଦ ଖାନ ଏବଂ ଦେବେନ୍ଦ୍ର ସହରାୱତ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମନିଫେଷ୍ଟୋ ପ୍ରସ୍ତୁତି ସମ୍ପର୍କରେ କଂଗ୍ରେସର ଦିଲ୍ଲୀ ୟୁନିଟ୍ ସୋମବାର ଏକ ବୈଠକ କରିଥିଲା। ଏହି ବୈଠକରେ ପରେ ଆପ୍ର ଏହି ଦୁଇ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି।
ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ ଜୋରସୋର୍ରେ ଚାଲିଛି ପ୍ରସ୍ତିତୁ। ଦିଲ୍ଲୀ କବ୍ଜା କରିବାକୁ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ। ପୂର୍ବରୁ ଶାସନ ଗାଦିରେ ବସିଥିବା ଆମ ଆଦମୀ ପାର୍ଟି ତା’ର ସତ୍ତା ବଜାୟ ରଖିବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛି। ଏହାରି ଭିତରେ ଏହି ଦୁଇ ପୂର୍ବତନ ବିଧାୟକଙ୍କ ଦଳ ଛାଡିବା ଆପ୍ ପାଇଁ ଅଡୁଆରେ ପକାଇଛି।
ଅନ୍ୟପଟେ କଂଗ୍ରେସର ଦିଲ୍ଲୀ ୟୁନିଟର ମୁଖ୍ୟ ଦେବେନ୍ଦ୍ର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘କଂଗ୍ରେସ ଦଳ ଆଦର୍ଶ ଓ ରୀତିନୀତିରେ ଅନୁପ୍ରାଣିତ ହୋଇ ଉଭୟ ନେତା ଦାଳରେ ସାମିଲ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ପରିବାରକୁ ଉଭୟଙ୍କୁ ସ୍ୱାଗତ। ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଦଳ ନୂତନ ଶକ୍ତି ପାଇବ।’ ଏଠାରେ କହିରଖୁଛୁ ଯେ କଂଗ୍ରେସ ନିଜର ଘୋଷଣା ପତ୍ରରେ ମହିଳାଙ୍କ ପାଇଁ ମାସକୁ ୩ ହଜାର ଟଙ୍କା ଏବଂ ୪୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରତିଜ୍ଞା ଅନ୍ତର୍ଭୁକ୍ତ କରିପାରେ। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମନିଫେଷ୍ଟୋରେ କ’ଣ ଅନ୍ତର୍ଭୂକ୍ତ କରାଯିବା ଉଚିତ ସେ ନେଇ ଦଳ ଲୋକଙ୍କ ସହ ଆଲୋଚନା କରିଛି।
Comments are closed.