Latest Odisha News

BREAKING NEWS

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ ହୋଇଛି। ଅଶରଫ ଘନି ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି।

ସେ ଟ୍ୱିଟ୍ କରି କହିଛନ୍ତି, “ଗତକାଲି ଠାରୁ ଅଶରଫ ଘନିଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ ହୋଇଛି। ଏହି ପେଜ୍‌ରେ ପ୍ରକାଶିତ କୌଣସି ବିଷୟବସ୍ତୁ ବୈଧ ନୁହେଁ ବୋଲି ସେ କହିଛନ୍ତି।”

ରିପୋର୍ଟ ଅନୁଯାୟୀ ହ୍ୟାକର୍ ଅଶରଫ ଘନିଙ୍କ ଫେସବୁକ୍ ପ୍ରୋଫାଇଲରୁ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଆଫଗାନିସ୍ତାନରେ ନୂତନ ତାଲିବାନ ସରକାରକୁ ଆଇନଗତ କରିବାକୁ କହିଛି।

Comments are closed.