Latest Odisha News

BREAKING NEWS

ପୋଲିସ ପଞ୍ଝାରେ ସୁନା ଲୁଟେରା

ଜୟପୁର : ସୁନାଚେନ ଓ ବାଇକ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଲୁଟ କରିଥିବା ଅଭିଯୁକ୍ତ ଗୋପବନ୍ଧୁ ନଗରର ବାଦଲ ନାଗକୁ ପୋଲିସ ଗିରଫ କରିଛି । ଚୋରି ସୁନା କ୍ରୟ କରିବା ଅଭିଯୋଗରେ କୁମ୍ଭାରପୁଟର ମହିଳା ମାଣିକ କୁମ୍ଭାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଦୁଇଜଣଙ୍କ ଠାରୁ ପୋଲିସ ୭ ଗ୍ରାମର ମଙ୍ଗଳସୁତ୍ର, ଛୁରୀ,ବାଇକକୁ ଜବତ କରିଛି ।

BjdElectrycity

୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ନେଇ ଆଜି ଜୟପୁର ଏସଡିପିଓ ଅରୁପ ଅଭିଷେକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଜୟପୁର ଗୋବନ୍ଧୁ ନଗରର ମହିଳା କୁମାରୀ ସାହୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ମଙ୍ଗଳ ସୁତ୍ର ଲୁଟ୍ ହୋଇଛି।ସେହିପରି ପାଇକ ସାହିର ସନାତନ ବେହେରାଙ୍କୁ ଛୁରୀ ଦେଖାଇ ତାଙ୍କ ବାଇକ ଲୁଟ୍ ହୋଇଥିଲା ।

ଏନେଇ ସେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତ ବାଦଲ ନାଗକୁ ପୋଲିସ ଗିରଫ କରିଛି । ପୋଲିସ ପଚାରିବା ବେଳେ ବାଦଲ ମାନିଥିଲେ ଯେ ସେ ସୁନା ଲୁଟ କରି ମାଣିକ କୁମ୍ଭାରଙ୍କୁ ବିକ୍ରି କରିଛନ୍ତି । ଅନ୍ୟପଟେ ବାଦଲ ନାଁ ରେ ଗଞ୍ଜେଇ ଚୋରି ,ଲୁଟ୍ ଭଳି ୨୪ ଟି ସଙ୍ଗୀନ ମାମଲା ବୈପାରିଗୁଡା ଥାନା ଭଳି ବିଭିନ୍ନ ଥାନାରେ ରହିଛି ।

Leave A Reply

Your email address will not be published.