ସୁବର୍ଣ୍ଣପୁର: ଲାଞ୍ଚ ନେବା ପଡିଲା ମହଙ୍ଗା । ଜେଲ୍ ଗଲେ ଅବସରପ୍ରାପ୍ତ ଅମିନ ଶ୍ରୀ ସାହୁ ମେହେର । ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲ ଅଧୀନରେ କାର୍ଯ୍ୟରତ ଅବସରପ୍ରାପ୍ତ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ନେବା ମାମଲାରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି ବଲାଙ୍ଗିର ଭିଜିଲାନ୍ସ ବିଶେଷ ଅଦାଲତ ।
ତାଙ୍କୁ ଜମି ମାପଚୁପ (ଡିମାର୍କେସନ୍) କାମ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଶ୍ରୀ ମେହେରଙ୍କୁ ୪ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଘୋଷଣା କରିଛନ୍ତି । ଯାହା ପରେ ତାଙ୍କୁ ତୁରନ୍ତ ଜେଲ୍କୁ ପଠାଯାଇଛି ।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଦୋଷ ସାବ୍ୟସ୍ତ କରିବା ପରେ ଶ୍ରୀ ସାହୁ ମେହେରଙ୍କ ପେନସନ୍ ବନ୍ଦ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ପ୍ରସ୍ତାବ ପଠାଯିବ ବୋଲି ସୂଚନା ଦିଆଯାଇଛି ।