Latest Odisha News

BREAKING NEWS

ଜେଲ୍‌ରୁ ମୁକୁଳିଲେ ପୂର୍ବତନ ସାଂସଦ ଆନନ୍ଦ ମୋହନ

ପାଟନା: ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି(ଏପ୍ରିଲ ୨୭) ଜେଲ୍‌ରୁ ମୁକୁଳିଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯିବ ବୋଲି ସୂଚନା ରହିଥିଲା। ହେଲେ ସକାଳେ ହଠାତ୍ କାହିଁକି ତାଙ୍କୁ ଛାଡ଼ି ଦିଆଗଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ କାଗଜପତ୍ର କାମ ପୂର୍ବରୁ ସରିଯାଇଥିଲା। ଗୁରୁବାର ସକାଳେ ସମର୍ଥମାନେ ଜେଲ୍ ବାହାରେ ପହଞ୍ଚିବା ପରେ ଆନନ୍ଦ ଜେଲ୍‌ରୁ ମୁକୁଳୁଛନ୍ତି ବୋଲି ଜଣାପଡ଼ିଥିଲା। ତେବେ ସେ ଜେଲରୁ ବାହାରି କୁଆଡେ ଗଲେ ସେ ନେଇ କୌଣସି ଖବର ନାହିଁ।

୧୯୯୪ରେ ଆଇଏଏସ୍ ଅଫିସର ଜି. କ୍ରିଷ୍ଣୟାଙ୍କ ହତ୍ୟା ଘଟଣାରେ ଆନନ୍ଦଙ୍କୁ ଆଜୀବନ ଜେଲ୍ ଦଣ୍ଡ ମିଳିଥିଲା। ହେଲେ ନକିଟରେ ନିଜ ପୁଅ ତଥା ଆର୍‌ଜେଡି ବିଧାୟକ ଚେତନ ଆନନ୍ଦଙ୍କ ନିର୍ବନ୍ଧ ପାଇଁ ୧୫ ଦିନ ପାରୋଲ୍‌ରେ ଆସିଥିଲେ ଆନନ୍ଦ। ବୁଧବାର ସେ ପୁଣି ଥାନାରେ ସରେଣ୍ଡର କରିଥିଲେ। ତେବେ ମିଡିଆ କର୍ମୀଙ୍କ ପ୍ରଶ୍ନରୁ ବଞ୍ଚିବା ପାଇଁ ତାଙ୍କୁ ଆଗୁଆ ଜେଲ୍‌ରୁ ଛାଡ଼ି ଦିଆଯାଇଛି କୁହାଯାଉଛି। ଜେଲରୁ ବାହାରିବା ପରେ ଆନନ୍ଦ ମୋହନ କୁଆଡ଼େ ଗଲେ ସେ ନେଇ ବି ଗଣମାଧ୍ୟମ ପାଖରେ ଖବର ନାହିଁ।

ସୂଚନା ଥାଉକି ଡିସେମ୍ବର ୪ ତାରିଖରେ ଛୋଟନ ଶୁକ୍ଳାଙ୍କ ହତ୍ୟା ଘଟଣାରେ ଆନନ୍ଦ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେହିପରି ୧୯୯୪ ଡିସେମ୍ବର ୫ ତାରିଖରେ ଆନନ୍ଦ ମୋହନଙ୍କ ନେତୃତ୍ୱରେ ମୁଜାଫରପୁରରେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ଆଇଏଏସ୍ ଅଫିସର କୃଷ୍ଣୟା ଗୋପାଳଗଞ୍ଜ ଫେରୁଥିଲେ। ଲୋକମାନେ ତାଙ୍କୁ ପିଟାମରା କରିବା ସହ ଗୁଳି କରି ହତ୍ୟା କରିଥିଲେ। ଏହିସବୁ ମାମଲାରେ  ଆନନ୍ଦ ମୋହନଙ୍କୁ ଆଜୀବନ କାରାବାସ ହୋଇଥିଲା।

Comments are closed.