Latest Odisha News

BREAKING NEWS

ବିଜେପିରେ ମିଶିବେ ସରୋଜ ସାହୁ ଓ ଟିଟୁ ପଣ୍ଡା

ନୂଆପଡ଼ା: ବିଜେପିରେ ମିଶିପାରନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ଟିଟୁ ପଣ୍ଡା । ଗତ କାଲି ବିଜେଡିରୁ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଇସ୍ତଫା ଦେଇଥିବା ବେଳେ ଗତ ସପ୍ତାହରେ ଟିଟୁ ପଣ୍ଡା ଦଳରୁ ଇସ୍ତଫା ଦେଇଥିଲେ ।

ଦଳ ତାଙ୍କ ସହ ବିଶ୍ୱାସଘାତକତା କରି ଥିବା ଅଭିଯୋଗ କରି ଗତକାଲି ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ସରୋଜ । ପୂର୍ବରୁ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ଦୁର୍ନୀତି ଏବଂ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ ସରୋଜ ସାହୁ । ପୂର୍ବରୁ ସରୋଜ ସାହୁ ବିଜେଡି ଦଳରେ କାମ କରି ସଂଗଠନକୁ ମଜବୁତ କରିଥିଲେ ।

ଢୋଲକିଆଙ୍କ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ସେ ଓ ତାଙ୍କ ସମର୍ଥକମାନେ କିଛି ଦିନ ତଳେ ନୂଆପଡା ବନ୍ଦ ଡାକରା ଦେଇ ବିଦ୍ରୋହ କରିଥିଲେ। ତଥାପି ଢୋଲକିଆଙ୍କୁ ବିଜେଡି ନୂଆପଡ଼ାରେ ପ୍ରାର୍ଥୀ କରିଛି । ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଧୋକା ଦେବା ସହ ଉଚିତ ସମ୍ମାନ ଦେଇନଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ସରୋଜ ସାହୁ । ସେହିପରି ସମାନ କାରଣ ଦର୍ଶାଇ ନୂଆପଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ପଦରୁ ହରିଶ୍ଚନ୍ଦ୍ର ପଣ୍ଡା(ଟିଟୁ) ମଧ୍ୟ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.