Latest Odisha News

BREAKING NEWS

ବିଜେପି ଛାଡି କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧର ଗମାଙ୍ଗ?

ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପି ଛାଡି ଖୁବଶୀଘ୍ର ଭାରତ ରାଷ୍ଟ୍ର ସମିତି (ପୂର୍ବ ନାମ ତେଲେଙ୍ଗାନ ରାଷ୍ଚ୍ର ସମିତି)ରେ ଯୋଗ ଦେଇପାରନ୍ତି। ଗମାଙ୍ଗଙ୍କ ସହିତ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଯୋଗ ଦେବାର ସୂଚନା ରହିଛି।

ଶୁକ୍ରବାର ବାପ-ପୁଅ ହାଇଦ୍ରାବାଦ ସ୍ଥିତ କେସିଆରଙ୍କ ପ୍ରଗତିଭବନରେ ଭେଟିଥିଲେ। ଯାହାର ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଶିଶିର ଗମାଙ୍ଗଙ୍କୁ ଫୁଲତୋଡା ଦେଉଥିବାର ଦେଖିବାକୁ ମିଳିଛି। ସେହିପରି ପଛରେ ଗିରିଧର ଗମାଙ୍ଗ ଛିଡା ହୋଇଛନ୍ତି। ଏକଦା କେବିକେ ଜିଲ୍ଲାରେ (କଳାହାଣ୍ଡି ବଲାଙ୍ଗୀର ଓ କୋରାପୁଟ) ଗମାଙ୍ଗଙ୍କର ବେଶ ଦବଦବା ଥିଲା।

ତେବେ ଗମାଙ୍ଗ ବାପ-ପୁଅ ବିଜେପି ଛାଡି ବିଆରଏସରେ ଯୋଗ ଦେବା ନେଇ କୌଣସି ସୂଚନା ଦେଇନାହାନ୍ତି। ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ରହିଛି। ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କୁହାଯାଇଛି।

ତେଲେଙ୍ଗାନା ରାଷ୍ଚ୍ର ସମିତି ସାରା ଦେଶରେ ନିଜର ଦଳର ପଦ ଚିହ୍ନ ରଖିବାକୁ ଯୋଜନା କରି ଦଳର ନାମ ଭାରତ ରାଷ୍ଟ୍ର ସମିତି ଭାବେ ପରିବର୍ତ୍ତନ କରିଛନ୍ତି କେସିଆର। ସାଧାରଣ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ଦଳ ଲୋକସଭା ନିର୍ବାଚନରେ ସାରା ଦେଶରେ ଦଳୀୟ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ଏହି ସମୟରେ ଓଡିଶା ରାଜନୀତିରେ ଆଦିବାସୀଙ୍କ ଚେହେରା କୁହାଯାଉଥିବା ଗମାଙ୍ଗଙ୍କୁ ଦଳରେ ମିଶାଇ ଦଳକୁ ଆଗକୁ ବଢାଇବାକୁ ଯୋଜନା କରିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶ ବିଭାଜିତ ହେବା ପରେ ତେଲେଙ୍ଗାନାରେ ଲଗାତର ଦ୍ବିତୀୟ ଥର ପାଇଁ କେସିଆରଙ୍କ ନେତୃତ୍ୱାଧୀନ ଦଳ ବିଆରଏସ କ୍ଷମତାରେ ରହିଛି। ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସମୟରେ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲି ବିଭିନ୍ନ ଦଳକୁ ସାମିଲ କରିବାକୁ କେସିଆର ପ୍ରୟାସ କରୁଛନ୍ତି। ତେଲେଙ୍ଗାନାରେ କେସିଆରଙ୍କ ଦଳ ଆଦିବାସୀଙ୍କର ଗୋଟିଏ ବଡ ଭୋଟ ବ୍ୟାଙ୍କ ରହିଛି।

ଗିରିଧର ଗମାଙ୍ଗ ଓଡିଶାରୁ ମୁଖ୍ୟମନ୍ତ୍ରୀ ଥିଲେ କିଛି ମାସ ପାଇଁ । 2015ରେ କଂଗ୍ରେସ ଛାଡି ସେ ବିଜେପିରେ ସାମିଲ ହୋଇଥିଲେ। ଏଵେ ସେ ଦଳରେ ସେଭଳି କୌଣସି ଗୁରୁତ୍ୱ ପଦ ପଦବୀରେ ନଥିବା ବେଳେ ରାଜନୀତିରେ ମଧ୍ୟ ସକ୍ରିୟ ନାହାନ୍ତି।

 

 

Leave A Reply

Your email address will not be published.