Latest Odisha News

BREAKING NEWS

ବିଜେପି ନେତ୍ରୀଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଉର୍ଫି ଯାଦବ

ନୂଆଦିଲ୍ଲୀ: ବିଜେପି ନେତ୍ରୀଙ୍କ ବିରୋଧରେ ଫେରାଦ ହେଲେ ସୋସିଆଲ୍ ମିଡିଆ ସେନ୍ସସେସନ ଉର୍ଫି ଯାଦବ। ବିଜେପି ମହିଳା ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଆଜି ମହାରାଷ୍ଟ୍ର ମହିଳା କମିଶନଙ୍କୁ ଭେଟି ଉର୍ଫି ନିଜର ଅଭିଯୋଗ ଜଣାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଚିତ୍ରା ଉର୍ଫିଙ୍କ ବିରୋଧରେ ଅଶ୍ଳୀଳତା ପ୍ରଚାର କରୁଥିବା ନେଇ ଥାନାରେ ମାମଲା କରିଥିଲେ। ଏହାର ଜବାବରେ ଉର୍ଫି ଆଜି ମହିଳା କମିଶନଙ୍କର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଚିତ୍ରା ସର୍ବସାଧାରଣରେ ତାଙ୍କ ବିରୋଧରେ ଟିପ୍ପଣୀ ଦେଇ ତାଙ୍କୁ ଆକ୍ରମଣ କରିବାକୁ ଲୋକଙ୍କୁ ଉସ୍‌କାଇଛନ୍ତି।

ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଉର୍ଫି ଦାବି କରିଛନ୍ତି। ଏଥିପାଇଁ  ଶୁକ୍ରବାର ଉର୍ଫି ତାଙ୍କ ଓକଲି ନୀତୀନ ସତପୁତେଙ୍କ ସହ ମହିଳା କମିଶନ ରୁପାଲ ଚଙ୍କରଙ୍କୁ ଭେଟିଥିଲେ। ଏଭଳି ଟିପ୍ପଣୀ ପାଇଁ ବିଜେପି ନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏନେଇ ଉର୍ଫିଙ୍କ ଓକିଲ ସତପୁତେ କହିଛନ୍ତି “ ଉର୍ଫିଙ୍କୁ ଧମକ ଦିଆଯାଇଥିବାରୁ ଆମେ ଅଭିଯୋଗ କରିଛୁ। ଶାସକ ଦଳର ନେତ୍ରୀ ଯଦି ଧମକ ଦେଉଛନ୍ତି ମାନେ ତାଙ୍କ ପଛରେ ସରକାରୀ ସହଯୋଗ ରହିଛି। ଏଭଳି କମେଣ୍ଟ ଜାଭେଦଙ୍କୁ ହାନୀ ପହଞ୍ଚାଇପାରେ। ତା ସହିତ ଏଭଳି କମେଣ୍ଟ ପୁନର୍ବାର ନ କରିବାକୁ ୱାଗଙ୍କୁ ରୋକିବାକୁ ମୁମ୍ବାଇ ପୁଲିସ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଅଭିଯୋଗ କରିଛୁ। ”

Leave A Reply

Your email address will not be published.