Latest Odisha News

BREAKING NEWS

ପୁଣି ଗିରଫ ହେଲେ ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳ, ୨ଟି ବନ୍ଧୁକ ଜବତ

କଟକ: କମିଶନରେଟ ପୋଲିସ ବୁଧବାର ଦିନ କଟକର ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳଙ୍କୁ ପୁଣି ଥରେ ୨ଟି ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଛି ।

ସେ ପୂର୍ବରୁ ଥରେ ଗ୍ୟାଙ୍ଗଷ୍ଟର୍ ସୁଶିଲ ଓ ସୁଶାନ୍ତ ଧଳସାମନ୍ତ (ଡ଼ି-ବ୍ରଦର୍ସ)ଙ୍କ ସହିତ ଲିଙ୍କ୍ ଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇ ଜାମିନରେ ଥିଲେ ।

କଟକ ଡ଼ିସିପି ଅଖିଳେଶ୍ୱର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମଙ୍ଗଳମବାର ଦିନ ଡ଼ି-ବ୍ରଦର୍ସଙ୍କ ଜଣେ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା । ତା’ଠାରୁ ସୂଚନା ମିଳିବା ପରେ ପୂର୍ବତନ କର୍ପୋରେଟରଙ୍କ ଘରେ ପୋଲିସ ଖାନତଲାସ କରି ୨ଟି ବନ୍ଧୁକ ଜବତ କରିଛି । ତାଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଡ଼ିସିପି ସୂଚନା ଦେଇଛନ୍ତି ।

ଡ଼ି-ବ୍ରଦର୍ସ ଗୋଷ୍ଠୀ ପକ୍ଷରୁ ଏହି ନିର୍ବାଚନ ସମୟରେ ଅପରାଧ ଘଟଇବାକୁ ମସୁଧା ହେଉଥିଲା ବୋଲି ଡ଼ିସିପି ଅଖିଳେଶ୍ୱର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

କମିଶନରେଟ ପୋଲିସ ୨୦୧୮ ମାର୍ଚ୍ଚ ମାସରେ ରଞ୍ଜିତାଙ୍କୁ ଡ଼ି-ବ୍ରଦର୍ସ ଗୋଷ୍ଠୀ ସହିତ ଲିଙ୍କ୍ ରହିଥିବା ଅଭିଯୋଗରେ ଗିରଫ କରିଥିଲା । ତାଙ୍କ ବିରୋଧରେ ବେଆଇନ୍ ମାରଣାସ୍ତ୍ର ବଣ୍ଟନ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.