Latest Odisha News

BREAKING NEWS

ଏମଜେ ଆକବରଙ୍କ ମାନହାନୀ ମୋକଦ୍ଦମା ପ୍ରସଙ୍ଗ: କୋର୍ଟ ଦ୍ୱାରା ପ୍ରିୟା ରମଣୀ ଦୋଷମୁକ୍ତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଦ୍ୱାରା ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ କରାଯାଇଥିବା ମାନହାନୀ ମୋକଦ୍ଦମାର ଶୁଣାଣୀ କରି କୋର୍ଟ ବୁଧବାର ଦିନ ପ୍ରିୟାଙ୍କୁ ଦୋଷମୁକ୍ତ କରିଛନ୍ତି । ସମ୍ପାଦକରୁ ରାଜନେତା ପାଲଟିଥିବା ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ ଉତ୍ପୀଡନା ଅଭିଯୋଗ ଆଣିଥିଲେ ।

ସୂଚନା ଯୋଗ୍ୟ ଯେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିବା ମହିଳାଙ୍କ ମଧ୍ୟରେ ପ୍ରିୟା ରମଣୀ ଅନ୍ୟତମ । ଆବରଙ୍କ ନାମରେ ପ୍ରଥମେ ଅକ୍ଟୋବର ୮ ତାରିଖରେ ପ୍ରିୟା ରମଣୀ ଟ୍ୱିଟ କରି ଅଭିଯୋଗ ଲଗାଇଥିଲେ । ଏହି ଘଟଣାର କିଛିଦିନ ପରେ ପ୍ରାୟ ଅକ୍ଟୋବର ୧୭ ତାରିଖରେ ଆକବର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହି ମାମଲାରେ ପ୍ରିୟା ରମଣୀଙ୍କୁ ପ୍ରତିନିଧିତ୍ୱ କରୁଥିବା ତାଙ୍କର ଓକିଲ ରେବେକା ଜନ୍ ଅଦାଲତଙ୍କୁ ଏମଜେ ଆକବରଙ୍କ ଅନୁପସ୍ଥିତି ଥିବା ଦର୍ଶାଇଥିଲେ । ଅଦାଲତ ଏହି ମାମଲାର ଆଗାମୀ ଶୁଣାଣୀ ମେ ୪ ତାରିଖରେ କରିବେ ବୋଲି ପିଟିଆଇ ଗଣମାଧ୍ୟମରୁ ସୂଚନା ଦେଇଛନ୍ତି । ଏହି ଶୁଣାଣୀ ସମୟରେ ପ୍ରିୟା ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଆବଶ୍ୟକ ନଥିବା ଦର୍ଶାଇଛନ୍ତି ଅଦାଲତ ।

Leave A Reply

Your email address will not be published.