Latest Odisha News

BREAKING NEWS

କଂଗ୍ରେସ ଛାଡ଼ି ଏନସିପିରେ ମିଶିଲେ ପିସି ଚାକୋ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ଏନସିପିରେ ମିଶିଲେ ପିସି ଚାକୋ । ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ପିସି ଚାକୋ । କେରଳ ବିଧାନସଭା ନିର୍ବାଚନରେ ଟିକେଟ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡିଥିଲେ ବରିଷ୍ଠ ନେତା ପିସି ଚାକୋ । ଆଜି ସେ ଏନସିପିରେ ସାମିଲ ହୋଇଛନ୍ତି ।

ଏନସିପିରେ ଯୋଗଦେବା ପରେ କଂଗ୍ରେସ ନେତୃତ୍ବକୁ କଡ଼ା ସମାଲୋଚନା କରିଛନ୍ତି ଚାକୋ । ସେ କହିଛନ୍ତି, ଆଜି ଜାତୀୟ କଂଗ୍ରେସରେ ନେତୃତ୍ବର ଅଭାବ ରହିଛି । ସେ ନିଜର ଇସ୍ତଫା ପତ୍ର ଦଳ ହାଇକମାଣ୍ଡଙ୍କ ପାଖକୁ ପଠାଇଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, କେରଳ କଂଗ୍ରେସ ଟିମ୍ ସହ କାମ କରିବା କଷ୍ଟସାଧ୍ୟ । କେରଳ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନରେ ଠିକ୍ ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ଚାକୋ । ଯେଉଁଥିପାଇଁ ସେ କଂଗ୍ରେସ ଛାଡିଥିବା ନିଜର ଇସ୍ତଫା ପତ୍ରରେ ଦର୍ଶାଇଥିଲେ । ସେହିପରି ପିସି ଚାକୋ ସହ ବିଜୟ ଥୋମାସ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି ।

Leave A Reply

Your email address will not be published.