Latest Odisha News

BREAKING NEWS

ପୁଣି କୋହଲି ଖେଳିଲେ ଅପରାଜିତ ଇନିଂସ, ଇଂଲଣ୍ଡ ଆଗରେ ୧୫୭ ରନର ଟାର୍ଗେଟ୍ ରଖିଲା ଭାରତ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି ଭାରତ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଭାରତ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ପୁଣି କ୍ୟାପଟେନ୍ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ଖେଳିଥିଲେ ଦମଦାର ଇନିଂସ ।

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଜି ପୁଣି କେ.ଏଲ ରାହୁଲ ଖାତା ଖାଲି ପାରିନଥିଲେ । ଦଳ ୭ ରନରେ ହରାଇଥିଲା ପ୍ରଥମ ଓ୍ବିକେଟ । ରାହୁଲ ଆଉଟ ହେବା ପରେ ରୋହିତ ଶର୍ମା, ମାର୍କ ଉଡଙ୍କ ବଲର ଶିକାର ହୋଇଥିଲେ । ସେ ମାତ୍ର ୧୫ ରନ କରି ପ୍ୟାଭିଲିୟନ ଫେରିଥିଲେ । ଦଳ ୬୪ ରନରେ ୪ ଓ୍ବିକେଟ ହରାଇଥିଲା । କିନ୍ତୁ ଏହି ସମୟରେ ବ୍ୟାଟିଂ ଲାଇନକୁ ସମ୍ଭାଳିଥିଲେ ଅଧିନାୟକ ବିରାଟ କୋହଲି । ସେ ୪୬ ବଲରୁ ୭୭ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ଥ ୨୫ ରନ କରିଥିବା ବେଳେ, ହାର୍ଦ୍ଧିକ ପାଣ୍ଡ୍ୟା ୧୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ କରିଥିଲା ।

ସେହିପରି ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୩ଟି ଓ୍ବିକେଟ ନେଇଥିବା ବେଳେ, କ୍ରିସ ଜୋର୍ଡାନ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.