Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ:ଖାଲି ଦେଶ ନୁହେଁ ବିଶ୍ୱକୁ ସ୍ତମ୍ଭୀଭୂତ କରି ଦେଇଛି ବାହାନଗା ଟ୍ରେନ ଦୁର୍ଘଟଣା । ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ୧୧୦୦ ଆହତ ହୋଇଛନ୍ତି । ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା । ଏପରି ବିପତ୍ତି ସମୟରେ ଛୁଟି ଆସିଛି ଅନେକ ସହାୟତାର ହାତ ।

ଏହି ଦୁର୍ଘଟଣା ସବୁଠାରୁ ବଡ ବିପର୍ଯ୍ୟୟ ଆଣି ଦେଇଛି ସେହି ପିଲାମାନଙ୍କ ପାଇଁ ଯେଉଁମାନେ ସେମାନଙ୍କର ବାପା-ମା’ଙ୍କୁ ହରାଇଛନ୍ତି । ଏହି ପିଲାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ବରେନ୍ଦ୍ର ସେହ୍ୱାଗ । ପୂର୍ବତନ ଭାରତୀୟ କ୍ରିକେଟର ଓପନର ବୀରେନ୍ଦ୍ର ସେହ୍ୱାଗ ରେଳ ଦୁର୍ଘଟଣାରେ ମୃତ ପିଲାମାନଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବା ପାଇଁ ସେ ଘୋଷଣା କରିଛନ୍ତି ।

ଏକ ଟୁଇଟ କରି ସେହ୍ୱାଗ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବେ । ସେ ଟୁଇଟରେ ଲେଖିଛନ୍ତି, ଏ ଦୃଶ୍ୟ ଦୀର୍ଘ ସମୟ ଧରି ଆମକୁ ଦୁଃଖ ଦେବ ।  ଏହି ଦୁଃଖ ସମୟରେ ମୁଁ ଅତିକମରେ ଏତିକି କରିପାରିବି, ଏହି ଭୟାନକ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଠପଢାର ଦାୟିତ୍ୱ ନେଇପାରିବି । ଏପରି ପିଲାମାନଙ୍କୁ ମୁଁ ସେହ୍ୱାଗ ଇଣ୍ଟରନାଶନାଲ ସ୍କୁଲରେ ବୋର୍ଡିଂ ସହ ମାଗଣା ଶିକ୍ଷା ଯୋଗାଇ ଦେଇ ପାରିବି ।’

ଏହା ବ୍ୟତୀତ ସେହୱାଗ ଏହି ଦୁର୍ଘଟଣାରେ ଉଦ୍ଧାର କାମରେ ଲାଗିଥିବା ଲୋକଙ୍କଠାରୁ ଆରମ୍ଭ କରି ମେଡିକାଲ ଟିମ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି କାମ ପାଇଁ ସଲାମ କରିଛନ୍ତି । ଏହି ଘଟଣା ସମସ୍ତଙ୍କୁ ଚିକିତ କରି ଦେଇଛି । ଏହି ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଲହରୀ  । ଏହା ଭିତରେ ଏମିତି କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତା ଆଶ୍ୱାସନର ବିଷୟ ନିଶ୍ଚୟ ।

Comments are closed.