Latest Odisha News

BREAKING NEWS

ସାରା ଓଡ଼ିଶାବାସୀ ସ୍ୱତଃସ୍ପୃତ ଭାବେ ରକ୍ତଦାନ କରିଛନ୍ତି, ରକ୍ତର ଅଭାବ ନାହିଁ -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୧୭୦ ମୃତଦେହର ପରିଚୟ ମିଳିଛି । ଉକ୍ତ ମୃତହଦେକୁ ତାଙ୍କ ପରିବାରକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କହିଛନ୍ତି,  ବାଲେଶ୍ୱରରେ ୮୫ ମୃତଦେହ ଚିହ୍ନଟ ହୋଇଥିଲା । ଭୁବନେଶ୍ୱରରେ ଆହୁରି ୮୫ ମୃତଦେହ ଚିହ୍ନଟ ହୋଇ ସାରିଛି । ତଥାପି ଆହୁରି କିଛି ମୃତଦେହ ଚିହ୍ନଟ ହୋଇପାରିନି । ଯେଉଁମାନଙ୍କୁ ଚିହ୍ନଟ କରାଯାଇଛି ତାହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।  ମୃତଦେହକୁ ଠିକଣାରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିଲାଗି ରାଜ୍ୟ ସରକାର ମାଗଣାରେ ସମସ୍ତ ବ୍ୟବସ୍ଥା କରିଛନ୍ତି । ଏପରିକି ସମସ୍ତ ଚିହ୍ନଟ ମୃତଦେହଙ୍କ ସାର୍ଟିଫିକେଟ୍‌ ମଧ୍ୟ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ମୃ୍ତ୍ୟୁ ପ୍ରମାଣ ପତ୍ର ଇଲେକ୍ଟ୍ରୋନିକାଲି ଏବଂ ସ୍ପିଡ ପୋଷ୍ଟ ମାଧ୍ୟମରେ ସଂପୃକ୍ତ ପରିବାରଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ରାଜ୍ୟ ସରକାର କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଏଥିସହିତ ମୃତାହାତଙ୍କ ପକ୍ଷରୁ ଆାହୁରି ଦୁଇଟି ଟୋଲ ଫ୍ରି ନମ୍ବର ଜାରି କରିଥିଲେ  ମୁଖ୍ୟ ଶାସନ ସଚିବ । ମୃତାହତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇବାକୁ ହେଲେ କିମ୍ବା ଏଠାରେ ପହଞ୍ଚିବାକୁ ଚାହୁଁଥିଲେ   ୧୮୦୦୩୪୫୦୦୬୧ ଏବଂ ୧୯୨୯ ନମ୍ବରରେ ଦେଶର ଯେ କୌଣସି ସ୍ଥାନରୁ ଫୋନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ନମ୍ବରରେ କଲ କଲେ ବିମାନ ବନ୍ଦରଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସବୁ ଜାଗାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଏହାବ୍ୟତୀତ ଆହତଙ୍କ ଚିକିତ୍ସା ନେଇ ମଧ୍ୟ ଆଶ୍ୱାସନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି, ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ ।  ସାରା ଓଡ଼ିଶାର ଲୋକେ ସ୍ବତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି । ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶାରେ ରକ୍ତର ଅଭାବ ନାହିଁ ।

ସୂଚନାଥାଉ କି, ବାହନଗାଠାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.