ଅହମ୍ମଦାବାଦ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି।
ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
କେଶୁଭାଇ ପଟେଲଙ୍କ ପୁଅଙ୍କ ସୂଚନାନୁଯାୟୀ, ନିକଟ ଅତୀତରେ କେଶୁଭାଇ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ । ହେଲେ ପରେ ସେ ସୁସ୍ଥ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁନଥିଲା ।
ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଗୁରୁବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ପରିବାର ସୁତ୍ରରୁ ପ୍ରକାଶ ।
ସେ ୧୯୯୫ ଓ ୧୯୯୮ରେ ଦୁଇ ଥର ଲାଗି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । କିନ୍ତୁ ୨୦୦୧ ମସିହାରେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏପରିକି ସେ ନିଜ କାର୍ଯ୍ୟକାଳ ପୂରା କମରିପାରିନଥିଲେ ।
୧୯୨୮ ମସିହା ଜୁଲାଇ ୨୪ ତାରିଖରେ ସେ ଜୁନାଗଡରେ ଜନ୍ମଗ୍ରହଣ କରିଥିଲେ ।
Comments are closed.