Latest Odisha News

BREAKING NEWS

ସମସ୍ତଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା । କୌଣସି ବି ଜଣେ ଭାରତୀୟ କରୋନା ଟିକାରୁ ବଂଚିତ ହେବେ ନାହିଁ । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହିଛନ୍ତି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଦେଶ ତଥା ବିଦେଶରେ କରୋନା ଟିକାକୁ ନେଇ ଅନେକ ପରୀକ୍ଷା ନିରିକ୍ଷା ଚାଲିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇଂରାଜୀ ଖବରକାଗଜ ସହିତ ବାର୍ତ୍ତାଳାପରେ କରୋନା ଟିକା ଉପରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଦେଶବାସୀକୁ କହିବାକୁ ଚାହୁଁଛି ଯେ, ଦେଶରେ ଏହି ଟିକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କୁ ଏହି ଟିକା ଦିଆଯିବ। କାହାକୁ ବି ଛଡା ଯିବାନାହିଁ ।

Leave A Reply

Your email address will not be published.