Latest Odisha News

BREAKING NEWS

ସହଯୋଗୀଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଭିଡିଓ ଭାଇରାଲ

ବାଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ବୁଧବାର ଦିନ ନିଜର ସହଯୋଗୀଙ୍କୁ ମାଡ ମାରୁଥିବା ବେଳର ଏକ ଭିଡିଓ ଭାଇରାଲ ହେବାପରେ ଚର୍ଚ୍ଚା ଜୋର୍ ଧରିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଭିଡିଓରେ ସେ ମୈଶୁର ଏୟାରପୋର୍ଟରେ ଥିବାବେଳେ ସହଯୋଗୀ ଜଣକ ତାଙ୍କୁ କିଛି କହୁଥିବାବେଳେ ଅଚାନକ ସେ ତାଙ୍କୁ ଚାପୁଡା ମାରିଥିଲେ । ପରେ ଉଭୟ ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଛି ।

ସିଦ୍ଧରମୈୟା ସର୍ବସମ୍ମୁଖରେ ନିଜ ସହଯୋଗୀଙ୍କୁ ମାଡ ମାରୁଥିବା ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଅପରପକ୍ଷରେ କଂଗ୍ରେସ କର୍ମୀମାନେ ବରିଷ୍ଠ ନେତା ଡିକେ ଶିବ କୁମାରଙ୍କ ଗିରଫଦାରୀକୁ ନେଇ କର୍ଣ୍ଣାଟକରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.