Latest Odisha News

BREAKING NEWS

ହାଟରେ ପରିବା ବଦଳରେ ବିକ୍ରି ହେଉଛନ୍ତି କନିଆ !

ଭୁବନେଶ୍ୱର: ପରିବା ହାଟ, ଗାଈ ହାଟ କଥା ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତି କି କନିଆ ହାଟ ! ଏମିତି ଏକ ହାଟ ଯେଉଁଠି ବିବାହ ପାଇଁ ମିଳନ୍ତି ନିଜ ମାନପସନ୍ଦର ନାବାଳିକା ଝିଅ । ଆଉ ଏସବୁର ସୂତ୍ରଧର ସାଜନ୍ତି ନିଜେ ବାପା, ମାଆ ।

ସତରେ ଆମ ଦୁନିଆ ବଡ଼ ଅଜବ । କେଉଁଠି ବାପା ମା ମାନେ ଝିଅଙ୍କୁ ଅଲିଅଳିରେ ପାଳୁଛନ୍ତି ତ ଆଉ କେଉଁଠି ସେହି ଝିଅର ବୁଝିବା ସୁଝିବା ବୟସ ଆଗରୁ ତାକୁ ବିକ୍ରି କରିଦିଆ ଯାଉଛି ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ଦେଶ ବିଷୟରେ କହିବୁ, ଯେଉଁଠାରେ ନାବାଳିକା ଝିଅଙ୍କୁ ସର୍ବସାଧାରଣରେ ବିକ୍ରିି କରାଯାଇଥାଏ । ଆଉ ଏହି କାମ କୌଣସି ଦଲାଲ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ବିଶେଷ କରି ନଥାନ୍ତି ବରଂ ଉକ୍ତ ନାବାଳିକାର ବାପା, ମା’ ନିଜେ ହିଁ ସେମାନଙ୍କୁ ସର୍ବସାଧାରଣରେ ବିକ୍ରି କରିଥାନ୍ତି ।

ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗିଲା ନା ! କିନ୍ତୁ ଏହା ସତ । ଏହି ଦେଶଟିର ନାମ ହେଉଛି ‘ବୁଲଗାରିଆ’ । ଏଠାରେ ଝିଅଙ୍କୁ ସେମାନଙ୍କ ମା’ ବାପା ହିଁ ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଝିଅମାନେ ନିଜେ ବଜାରରେ ବିକ୍ରି ହେଉଥିବାର ଦେଖି ତାଙ୍କୁ ଦୁଃଖ ମଧ୍ୟ ଲାଗି ନଥାଏ କାରଣ ସେମାନେ ଭାବିଥାନ୍ତି ଏହା ହେଉଛି ଉପଯୁକ୍ତ ମାଧ୍ୟମ ଯାହା ଦ୍ୱାରା ତାଙ୍କ ଝିଅ ପ୍ରକୃତ ଜୀବନ ସାଥୀ ପାଇପାରିବେ ।

ଏଠାରେ ଝିଅଙ୍କୁ ବିକ୍ରି କରିବା ପାଇଁ ପ୍ରତ୍ୟେକ ବର୍ଷ ୪ ଥର ହାଟ ବସିଥାଏ । ଏହି ହାଟରେ ବିକ୍ରି ହୁଅନ୍ତୁ ନାବାଳିକା ଝିଅ । ବିବାହ ପାଇଁ ସେମାନଙ୍କ ବାପା ମା ସେମାନଙ୍କୁ ଏମିତି ଶାଗ ମାଛ ପାରି ହାଟରେ ବିକ୍ରି କରୁଥିବା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

କିନ୍ତୁ ସେହି ଦେଶରେ ସରକାରଙ୍କ ଦୃଷ୍ଟି କୋଣରୁ ଏହି କାର୍ଯ୍ୟକଳାପ ବେଆଇନ ହୋଇଥିଲେ ମଧ୍ୟ ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପ୍ରଚଳିତ ।

ଏହି ହାଟ ବସିବାର ମୁଖ୍ୟ କାରଣ ହେଉଛି ଏଠାକାର ଲୋକଙ୍କ ସଂକୀର୍ଣ୍ଣ ମାନସିକତା । ଯେଉଁଥିପାଇଁ ନାବାଳିକାମାନେ ବାଧ୍ୟ ହୋଇ ଏଠାକୁ ବିକ୍ରି ପାଇଁ ଆସିଥାନ୍ତି । ବିବାହ ପାଇଁ ନାବାଳିକା ଝିଅମାନେ ବୋହୂ ରୂପରେ ପରିବାର ଲୋକଙ୍କ ସହ ଏଠାକୁ ଆସିଥାନ୍ତି ।ଏହି ବଜାରରେ ଯୁବକ ଏବଂ ଯୁବତୀ ପରସ୍ପର ସହ ନିଜ ମନ ପସନ୍ଦର କଥାବାର୍ତ୍ତା ମଧ୍ୟ କରିଥାନ୍ତି ।

ଏଠାକାର ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ତେଣୁ ଏପରି ସଂକୀର୍ଣ୍ଣ ମନୋଭାବ ଏଯାଏଁ ଏଠାରେ ବଞ୍ଚି ରହିଥିବା କୁହାଯାଉଛି ।

Leave A Reply

Your email address will not be published.