Latest Odisha News

BREAKING NEWS

ହାତ ଛାଡିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଂଶୁମାନ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ସୂଚନା ମୁତାବକ, ଅଂଶୁମାନ ମହାନ୍ତି ୨୦୧୪ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ା ରାଜନଗରରୁ କଂଗ୍ରେସର ବିଧାୟକ ଥିଲେ । ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଟାଣୁଆ ଯୁବ ନେତା ଥିଲେ । ନିକଟରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାରେ ସେ ସକ୍ରିୟ ଭୂମିକା ନେଇଥିଲେ । ଅଂଶୁମାନ ହେଉଛନ୍ତି ରାଜନଗରର ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ ।

ଦିର୍ଘ ଦିନ ଧରି କଂଗ୍ରେସ ସହ ତାଙ୍କର ମଧୁର ସମ୍ପର୍କ ରହିଥିଲା । ଏହାପୂର୍ବରୁ ବରଗଡ଼ ଆତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ହାତ ଛାଡିଥିଲେ । ତେବେ ଆଗକୁ ନିର୍ବାଚନ ଥିବାରୁ ଦଳର ବରିଷ୍ଠ ନେତା ଦଳ ଛାଡିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.