Latest Odisha News

BREAKING NEWS

୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ୍ ।

ତିଥି ନିର୍ଘଣ୍ଟ ଅନୁସାରେ ଭୋର ୪ଟା ୩୪ ମିନିଟ୍ ରେ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହାଆଳତି ପରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ । ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁ ରାତ୍ର ୩ଟା ୩୦ରେ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବେ । ଏହାପରେ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏହା ପୂର୍ବରୁ ମାଧିପୂରର ତ୍ରିବେଣୀଶ୍ୱର ମହାପ୍ରଭୁ, କୁରୁଜଙ୍ଗର ଦକ୍ଷିଣେଶ୍ୱର ଓ ସନ୍ତପୁରର ଐଶାନେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ଗତକାଲି ରାତିରେ ବିମାନବିଜେ କରାଯିବ । ରାତ୍ର ୧୨ଟାରେ ତିନିଠାକୁର କୋଣାର୍କ ଏନଏସି ମଣ୍ଡପରେ ଏକତ୍ରିତ ପରେ ଭୋଗ ଲାଗି ହେବ। ଏହାପରେ ଚନ୍ଦ୍ରଭାଗା ଅଭିମୁଖେ ବାହାରିବେ ୩ଠାକୁର । ସେଥିପାଇଁ ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ ସହ ବିଶୋଧନ କରାଯାଇଛି । ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେପଟେ ଏହି ମାଘ ସପ୍ତମୀଠାରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି ମେଳା । ସେଥିପାଇଁ ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥ ଓ ନାଗା ବାବାଙ୍କ ଭିଡ । ଦେଶର କୋଣ ଅନୁକୋଣରୁ ଯଜ୍ଞ କରିବା ପାଇଁ ଏଠାକୁ ଧାଇଁ ଆସିଛନ୍ତି ସାଧୁସନ୍ଥ । ଆଉ ମାତ୍ର ଗୋଟିଏ ଦିନ ପରେ ନାଗା ବାବା ଓ ସାଧୁସନ୍ଥଙ୍କ ମନ୍ତ୍ର ଧ୍ଵନୀରେ ପ୍ରକମ୍ପିତ ହେବ ପୁରା ଖଣ୍ଡଗିରି ପାହାଡ । ପୁରାଣ ଶାସ୍ତ୍ର ଅନୁସାରେ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ସମସ୍ତ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । ସେହିପରି ଏହି ସମୟରେ ଖଣ୍ଡଗିରିରେ ମା ବାରଭୁଜାଙ୍କ ଦର୍ଶନ ସହ ମାନସିକ କଲେ ଫଳ ପ୍ରାପ୍ତି ହେବା ବିଶ୍ୱାସ ରହିଛି

 

 

Leave A Reply

Your email address will not be published.