Latest Odisha News

BREAKING NEWS

ଭାରତର ବୟକଟ୍ ଯୋଗୁଁ ସଙ୍କଟରେ ମାଳଦ୍ୱୀପ, ଭାରତୀୟଙ୍କୁ କ୍ଷମା ମାଗିଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ଦ୍ବାରା ବୟକଟ୍ କରାଯିବା ପରେ ଏବେ ମାଳଦ୍ୱୀପର ଅବସ୍ଥା ଅତି ଖରାପ ଦିଗକୁ ଗତି କରୁଛି । ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଯାହାକୁ ନେଇ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ମାଳଦ୍ୱୀପବାସୀଙ୍କୁ କ୍ଷମା କରିଦେବାକୁ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି ।

ଖବର ମୁତାବକ, ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ । ମହମ୍ମଦ ନାସିଦ କହିଛନ୍ତି ଯେ, ‘ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ତିକ୍ତତା ମାଳଦ୍ୱୀପକୁ ବହୁତ ପ୍ରଭାବିତ କରିଛି । ଯାହାକୁ ନେଇ ମୁଁ ବହୁତ ଚିନ୍ତିତ ଓ ଦୁଃଖିତ ଅଛି । ମାଳଦ୍ୱୀପବାସୀ ମଧ୍ୟ ବହୁତ ଦୁଃଖିତ ଅଛନ୍ତି । ଏହା ସତ୍ୟ ଯେ ଏହା ଘଟିଛି । ଆମେ ଚାହୁଁ ଯେ ପୂର୍ବଦିନ ଗୁଡିକ ପରି ଭାରତୀୟ ଲୋକମାନେ ଛୁଟିଦିନରେ ମାଳଦ୍ୱୀପକୁ ବୁଲିବାକୁ ଆସନ୍ତୁ । ଆମର ଆତିଥ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ’ ।

ଏଥିସହ ପ୍ରଧାନମନ୍ତ୍ରୀ ମୋଦfଙ୍କୁ ଭେଟିବା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଗତକାଲି ରାତିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲି ଆଉ ତାଙ୍କୁ ଶୁଭକାମନା ଜଣାଇଲି । ମୁଁ ନରେନ୍ଦ୍ର ମୋଦିଙ୍କ ବହୁତ ବଡ ସମର୍ଥକ ବୋଲି ସେ କହିଛନ୍ତି ।

ନଦୀଦ ଆହୁରି କହିଛନ୍ତି ଯେ, ଯେତେବେଳେ ମାଳଦ୍ୱୀପର ରାଷ୍ଟ୍ରପତି ଚାହୁଁଥିଲେ ଯେ ଭାରତୀୟ ସୈନିକମାନେ ସେଠାରୁ ଚାଲିଯାଆନ୍ତୁ, ସେହିସମୟରେ ଭାରତ ବୀପରିତ ଦିଗରେ ଯାଇ ଆମ ଉପରେ ଚାପ ପକାଇବା ପରିବର୍ତ୍ତେ, ଭାରତ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ।

ସୂଚନାଯୋଗ୍ୟ ଯେ, ରାଜନୈତିକ ବିବାଦ ଭିତରେ ମାଳଦ୍ୱୀପକୁ ବୟକଟ୍ କରିଛନ୍ତି ଭାରତବାସୀ । ଏମିତି ମାଳଦ୍ୱୀପରୁ ନିଜର ସେନା ହଟାଇଛି ଭାରତ । ଆଉ ଏହାରି ଭିତରେ ମାଳଦ୍ୱୀପର ପର୍ଯ୍ୟଟନକ୍ଷେତ୍ର କିନ୍ତୁ ଏହାଦ୍ୱାରା ପ୍ରଭାବିତ ହେଇଛି । ଆଉ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ।

Leave A Reply

Your email address will not be published.