Latest Odisha News

BREAKING NEWS

ସମିତିସଭ୍ୟ ନିର୍ବାଚନ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଢେଙ୍କାନାଳ: ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ତାଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି । ଜଣେ ପୂର୍ବତନ ମନ୍ତ୍ରୀଙ୍କର  ପଞ୍ଚାୟତ ନିର୍ବାଚନରେ ପତିଆରା ଖସିଗଲା ।

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଦୁି ଦୁଇ ଥର ବିଧାୟିକା ଥିଲେ ଅଞ୍ଜଳି ବେହେରା । ରାଜ୍ୟରେ ମନ୍ତ୍ରୀ ବି ହୋଇଥିଲେ । ପରେ ତାଙ୍କର ଦଳରୁ ବହିଷ୍କାର କରାଯାଇଥିଲା । ଏହାପରେ ବିଜେପିରେ ମିଶିଥିଲେ ଅଞ୍ଜଳି । ତାଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନରେ ହିନ୍ଦୋଳରେ ବିଜେପିର ହାତମୁଠା ଟାଣ ହେବ ବୋଲି ଆଶା କରାଯାଉଥିଲା । ଗତଥର ଅପେକ୍ଷା ଏଥର ବିପର୍ଯ୍ୟର ସାମନା କରିଛି ବିଜେପି ।

୨୦୧୭ରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ମୋଟ୍ ୭ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ତିନିଟି କବଜା କରିଥିଲା । ଏଥର ମୂଳଫୋଚ ହୋଇ ଯାଇଛି । ଓଡ଼ାପଡ଼ା ବ୍ଲକ୍‌ର ଯେଉଁ ଦୁଇଟି ଓ ହିନ୍ଦୋଳର ଯେଉଁ ଗୋଟିଏ ସିଟ୍ ଜିତିଥିଲା ଏଥର ହାତଛଡ଼ା ହୋଇଛି । ବାକି ଜୋନରେ ବି ପରାଜୟର ମୁହଁ ଦେଖିଛି ବିଜେପି । ଅଞ୍ଜଳି ବେହେରାଙ୍କର ଲମ୍ୱା ରାଜନୈତିକ ଅଭିଜ୍ଞତା ଓ କ୍ୟାରିଅର୍ ଥିଲେ ବି ପଞ୍ଚାୟତ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ମିଳିଛି ।

Comments are closed, but trackbacks and pingbacks are open.