Latest Odisha News

BREAKING NEWS

ପୁନଃ ଭୋଟ୍ ଗଣତି ଦାବିରେ ରାସ୍ତାରୋକ

ବଲାଙ୍ଗିର: ପୁନଃ ଭୋଟ୍ ଗଣତି ଦାବିରେ ରାସ୍ତାରୋକ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଠେମରା ଗ୍ରାମବାସୀ । ଭୋଟ୍ ଗଣତିରେ ହେରଫେର୍ ଅଭିଯୋଗ ହୋଇଛି । ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ ।

ପୁନଃ ଗଣିତ ଦାବି କରି ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ୧୫ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ ଚଳାଇଛନ୍ତି । ପଳରେ ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ବାଧାପ୍ରାପ୍ତ ହୋଇଚି ଗାଡ଼ିମୋଟର ଚଳାଚଳ ।

ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଧା କରିଛନ୍ତି । ତଥାପି ନିଜ ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Comments are closed, but trackbacks and pingbacks are open.