Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର

ପୁରୀ: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି ଅଧିକ ଚିକିତ୍ସା ପାଇଁ ।

ଗତକାଲି ସନ୍ଧ୍ୟାରେ ବଡଶଙ୍ଖଠାରେ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେବାକୁ ଆସିଥିଲେ ହଠାତ ଏହି ସମୟରେ ସେ ଥରି ଉଠିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିବା ପୁରୀ ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହେଶ୍ୱର ମହାନ୍ତି ପୂଜା ବୁଲିବାକୁ ଆସିଥିଲେ, ଘରକୁ ଫେରିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ । ଏଵେ ସେ ଠିକ ଅଛନ୍ତି ।

ଅସୁସ୍ଥତା ପାଇଁ ପୁରୀର ଏହି ହେବିୱେଟ ନେତା କିଛି ଦିନ ହେବ ସକ୍ରିୟ ରାଜନୀତିରୁ ମଧ୍ୟ ଦୂରରେ ରହିଛନ୍ତି ।

Comments are closed.