Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୪ )

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରଚଳିତ ଏକ ଅମୂଲ୍ୟ ଗ୍ରନ୍ଥ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ପୂଜା ବିଧି ଆଲୋଚନା ଜାରି ରହିଛି। ଆଜି ସେହି ପର୍ଯ୍ଯାୟରେ ଜାଣିବା ସପ୍ତମ ଅଧ୍ୟାୟ ଶ୍ଳୋକ ୭୨ ରୁ ୯୪ ଓ ୧୦୭, ୧୦୮।

ସପ୍ତମ ଅଧ୍ୟାୟ ଶ୍ଳୋକ ୭୨ ରୁ ୭୮ :- ଏହି ଶ୍ଳୋକମାନଙ୍କରେ ନିର୍ଦ୍ଦେଶ ଅଛି ପ୍ରାତଃକାଳରେ ପୂଜା ଚବିଶ ଉପଚାରରେ କରିବା ଉଚିତ ଯଥା :-. ଆସନ, ସ୍ୱାଗତ, ପାଦ୍ୟ,. ଅର୍ଘ୍ୟ, ଆଚମନ,ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର ଯଜ୍ଞଉପବିତ, ଉତ୍ତରୀୟ, ଭୂଷଣ, ଗନ୍ଧ, ପୁଷ୍ପ , ଧୂପ, ଦୀପ, ପାଦ୍ୟ, ଆଚମନ, ନୈବେଦ୍ୟ। ମୁଖଧୌତ ନିମିତ୍ତ ଆଚମନ, ସ୍ତବ ପାଠ, କର୍ପୁର ଆଳତି, ତମ୍ବୁଳ, ଅକ୍ଷତ ଅର୍ପଣ।

ସପ୍ତମ ଅଧ୍ୟାୟ ଶ୍ଳୋକ ୯୩ -୯୪ :-
ଏହି ଶ୍ଲୋକ ବର୍ଣ୍ଣନା ଅନୁଯାୟୀ ଏହି ଚବିଶ ଉପଚାରରେ ପୂଜା କରିବା ସମୟରେ ମହାପ୍ରଭୁଙ୍କୁ ଖେଚୁଡ଼ି ଓ ପିଷ୍ଟକ ପ୍ରଭୃତି ନୈବେଦ୍ୟ ଦୀପ ପ୍ରଜ୍ବଳନ ପୂର୍ବକ କରିବେ।

ସପ୍ତମ ଅଧ୍ୟାୟ ଶ୍ଳୋକ ୧୦୭ ୧୦୮:- ଉପରୋକ୍ତ ଶ୍ଳୋକରେ ବର୍ଣ୍ଣିତ ନୈବେଦ୍ୟ ବାଢିବା ପୂର୍ବରୁ ପ୍ରଭୁଙ୍କ ସମ୍ମୁଖରେ ମୁରୁଜରେ ମଣ୍ଡଳ ଅଙ୍କିବେ ଓ ନୈବେଦ୍ୟଗୁଡ଼ିକ ଏହି ମଣ୍ଡଳ ମଧ୍ୟରେ ବାଢିବେ। କାରଣ ମଣ୍ଡଳ ବାହାରେ ନୈବେଦ୍ୟ ବାଢିଲେ ତାହା ଦେବତା ଯୋଗ୍ୟ ନହୋଇ ରାକ୍ଷସ ଯୋଗ୍ୟ ହୋଇଥାଏ।

ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା ଅଷ୍ଟମ ଅଧ୍ୟାୟ ଶ୍ଳୋକ୨୧ ୨୬ ୨୮ ଓ ୨୯ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର

ନିରତେ କରଇ ସଞ୍ଚୟ
ପାପୀ କୃପଣ ଦୂରlଶୟ।
ଅlନେ ହରଇ ତାର ଧନେ
ମଧୁ ସଞ୍ଚୟ ମାଛି ଯେହ୍ନେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.