ଭୁବନେଶ୍ଵର: ନବୀନଙ୍କୁ ପ୍ରତାପ ଜେନା ଚିଠି ଲେଖିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର କନ୍ଦଳକୁ ପଦାରେ ପକାଇଛି ବିଜେପି । ଏବେ ନବୀନ ବାବୁଙ୍କୁ ପ୍ରତାପ ଖୋଲା ଚ୍ୟାଲେଞ୍ଜ କଲେଣି । ପ୍ରତାପ ଜେନା ଚିଠି ଲେଖି ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ନବୀନଙ୍କ କର୍ତ୍ତୃତ୍ବ ନାହିଁ, ଦଳ ଭିତରେ ଅସନ୍ତୋଷ ଓ ନେତୃତ୍ବର ଅଭାବ । ହୁଇପ୍ ଜାରି କଲେ ସାଂସଦମାନେ ମାନିବେ କି ନାହିଁ, ସେ ଭରସା ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ ।
ତେବେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପ୍ରତାପ ଜେନା । ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି କରିଛନ୍ତି ପ୍ରତାପ । ୱାକ୍ଫ ବିଲ୍ ସପକ୍ଷରେ ସସ୍ମିତଙ୍କ ଭୋଟ୍କୁ ନେଇ ନବୀନଙ୍କ ପାଖକୁ ଚିଠି ଲେଖିଛନ୍ତି ପ୍ରତାପ ଜେନା । ସୋସିଆଲ ମିଡିଆରେ ସସ୍ମିତଙ୍କ ଦଳବିରୋଧୀ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପୀଡ଼ାଦାୟକ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ମୋର ହୃଦବୋଧ ହେଉଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରତାପ ଜେନା ।
ୱାକଫ ବିଲରେ ଭୋଟିଂ ବେଳେ ସସ୍ମିତଙ୍କ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତି ତୁମ୍ବିତୋଫାନ ଉଠିଛି । ବିଜେଡିର ଜଣଙ୍କ ପରେ ଜଣ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଆଉ ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି । ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ନବୀନଙ୍କୁ ଚିଠି ଲେଖି ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ତା’ ପୂର୍ବରୁ ବିଧାୟକ ଗଣେଶ୍ବର ବେହେରା ମଧ୍ୟ ପ୍ରତାପଙ୍କ ଆଭିମୂଖ୍ୟ ନେଇ ପ୍ରଶ୍ନ ଉଠାଇଥିଲେ।
Comments are closed.