Latest Odisha News

BREAKING NEWS

ଆତ୍ମହତ୍ୟା କଲେ ବିଜେପିର ପୂର୍ବତନ ମନ୍ତ୍ରୀ

ଛୁରିୟା: ଛତିଶଗଡର ପୂର୍ବତନ ବିଜେପି ମନ୍ତ୍ରୀ ରାଜିନ୍ଦରପାଲ ସିଂ ଭାଟିୟା ରବିବାର ଆତ୍ମହତ୍ୟା କରିଛନ୍ତି । କେଉଁ କାରଣ ପାଇଁ ସେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ତାହା ସ୍ପଷ୍ଟ ହୋଇନି । ତେବେ ସେ ଏବେ ଅସୁସ୍ଥ ରହୁଥିଲେ, ଏଥିରେ ବିରକ୍ତ ହୋଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ରାଜନନ୍ଦଗାଁରେ ସେ ତାଙ୍କ ସାନ ଭାଇ ସହ ଏକତ୍ର ରହୁଥିଲେ । ସନ୍ଧ୍ୟା ବେଳେ ଭାଇ ଘରେ ନ ଥିବା ବେଳେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।

ଛତିଶଗଡ ରାଜ୍ୟ ଗଠନ ପରେ ସେ ୨ଥର ବିଧାୟକ ହୋଇଥିଲେ । ସେ ପରିବହନ ମନ୍ତ୍ରୀ ଓ ସିଏସଆଇଡିସି ଚେୟାରମ୍ୟାନ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୨୦୧୪ରେ ବିଜେପି ପକ୍ଷରୁ ତାଙ୍କୁ ଟିକେଟ ମିଳି ନ ଥିଲା । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । କଂଗ୍ରେସର ଭୋଳାରାମ ସାହୁ ବିଧାୟକ ହୋଇଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଥିଲା ।

Leave A Reply

Your email address will not be published.