Latest Odisha News

ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ପିନ୍ଧିଲେ ଆଇଏଏସ୍‌ ମୁକୁଟ

ନୂଆଦିଲ୍ଲୀ: ମିସ୍ ଇଣ୍ଡିଆ ଫାଇନାଲିଷ୍ଟଙ୍କ ମୁଣ୍ଡରେ ପ୍ରଶାସିକାର ମୁକୁଟ । ମେଡଲରୁ ହେଲେ ଆଇଏଏସ୍ । ୯୩ ର‌୍ୟାଙ୍କ ରଖି ଦେଶ ପାଇଁ ଆଣିଲେ ଗୌରବ । ନିଜ କଠିନ ପରିଶ୍ରମ ବଳରେ ଅନ୍ୟପାଇଁ ପାଲଟିଲେ ଉଦାହାରଣ ।

୨୦୧୬ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶେରେନ୍ ହେଲେ ଆଇଏଏସ୍ । ସେ ୟୁପିଏସ୍‌ସି ପରୀକ୍ଷାରେ ୯୩ ର‌୍ୟାଙ୍କ ହାସଲ କରି ଏବେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ମଡେଲ ହେବା ପରେ ଏବେ ସେ ନିଜ କଠିନ ପରିଶ୍ରମ ବଳରେ ପ୍ରଶାସିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଉ ପ୍ରଥମ ପ୍ରୟାସରୁ ହିଁ ତାଙ୍କୁ ମିଳିଛି ସଫଳତା ।

ଐଶ୍ୱର୍ଯ୍ୟା ଶେରେନ୍ । ବାପା ତାଙ୍କର ଜଣେ ତେଲେଙ୍ଗାନା ଏନ୍‌ସିସି ବଟାଲିଅନ୍‌ର କମାଣ୍ଡିଙ୍ଗ ଅଫିସର । ୧୯ ବର୍ଷ ବୟସରୁ ହିଁ ସେ ମଡେଲିଂ ଦୁନିଆରେ ପାଦ ରଖିଥିଲେ । ୨୦୧୪ରେ ସେ ମିସ୍ କ୍ଲିନ୍ ଆଣ୍ଡ କ୍ଲିୟର ଟାଇଟଲ୍ ଜିତିଥିଲେ । ୨୦୧୫ରେ ବନିଥିଲେ ମିସ୍ କ୍ୟାମ୍ପସ ପ୍ରିନ୍ସେସ ଦିଲ୍ଲୀ । ଆଉ ଏହା ପରେ ୨୦୧୬ରେ ମିସ୍ ଇଣ୍ଡିଆ କଂଟେଷ୍ଟରେ ଭାଗ ନେଇ ଫାଇନାଲଲିଷ୍ଟ ହୋଇଥିଲେ ଐଶ୍ୱର୍ଯ୍ୟା । ତେବେ ଏସବୁ ଭିତରେ ମଧ୍ୟ ସେ ପିଲାଟି ଦିନୁ ଜଣେ ଆଇଏଏସ୍ ଅଫିସର ବନିବାର ସ୍ୱପ୍ନ ଦେଖିଲେ । ଆଉ ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ମିସ୍ ଇଣ୍ଡିଆ ଫାଇନାଲିଷ୍ଟରୁ ବନିଯାଇଛନ୍ତି ଜଣେ ଆଇଏଏସ୍ ଅଧିକାରୀ ।

Leave A Reply

Your email address will not be published.