Latest Odisha News

BREAKING NEWS

ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି

ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ । ତାଙ୍କୁ ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ନିଯୁକ୍ତି ମିଳିଛି । ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଗତକାଲୀ ଶ୍ରୀ ମୁର୍ମୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।

ଶ୍ରୀ ମୁର୍ମୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସମିତ ଅଂଚଳ ପାଇଁ ଗତ ବର୍ଷ ଅକ୍ଟୋବରରୁ ଶ୍ରୀ ମୁର୍ମୁ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ଗତକାଲି ସେ ଏହି ପଦରୁ ଇସ୍ତଫା ଦେବା ପରେ ମନୋଜ ସିହ୍ନାଙ୍କୁ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

ଶ୍ରୀ ମୁର୍ମୁଙ୍କ ଘର ଓଡିଶାର ମୟୂରଭଂଜରେ ।

Leave A Reply

Your email address will not be published.